Fri. Apr 24th, 2026

ମହାନଦୀ ଜଳପରିଚାଳାନା ନେଇ ଓଡ଼ିଶା-ଛତିଶଗଡ଼ ଯୁଗ୍ମ ସମନ୍ଵୟ ସମତି ବୈଠକ ସ୍ଥଗିତ

463 Views

ସମ୍ବଲପୁର: ମହାନଦୀ ଜଳ ପରିଚାଳନା ନେଇ ପ୍ରତିବର୍ଷ ପରି ଆଜି ବସିବାକୁ ଥିବା  ଓଡ଼ିଶାଛତିଶଗଡ଼ ଅଧିକାରୀସ୍ତରୀୟ ଯୁଗ୍ମ ସମନ୍ଵୟ କମିଟି ବୈଠକ ହଠାତ ସ୍ଥଗିତ ରଖାଯାଇଛି ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ସେମାନଙ୍କ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ଏହି ବୈଠକ ହୋଇ ପାରି ଥିବା ଜଣାପଡ଼ିିଛି

ମିଳିଥିବା ସୂଚନା ଅନୁଯାୟୀପ୍ରତିବର୍ଷ ବର୍ଷା ଋୁତୁରେ ମହାନଦୀ  ଜଳ ପରିଚାଳନା ନେଇ ଓଡ଼ିଶା ଛତିଶଗଡ଼ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ନିମନ୍ତେ ବୈଠକ ବସିଥାଏ। ବର୍ଷେ ଓଡ଼ିଶାରେ ବୈଠକ ବସିଲେ ଆରବର୍ଷ ଛତିଶଗଡ଼ରେ ବସିଥାଏ। ଗତବର୍ଷ ଛତିଶଗଡ଼ର ରାୟପୁର ଠାରେ ଏହି ବୈଠକ ବସିଥିଲା। ଚଳିତ ବର୍ଷ ଓଡ଼ିଶାର ବୁର୍ଲା ଠାରେ ଏହି ବୈଠକ ଆଜି ବସିବା ପାଇଁ ସ୍ଥିର ହୋଇଥିଲା। ମାତ୍ର ହଠାତ ଏହି ବୈଠକକୁ ସ୍ଥଗିତ ରଖାଯାଇଥିବା ସମ୍ପର୍କରେ  ସୂଚନା ଦିଆଯାଇଛି। ସମ୍ପର୍କରେ ହୀରାକୁଦ ମୁଖ୍ୟ ଡ୍ୟାମ୍ ନିର୍ବର୍ାହୀ ଯନ୍ତ୍ରୀ ଚିନ୍ମୟ ରାଉତ କହିଛନ୍ତି ଯେ ଆଜି  ମହାନଦୀ ଜଳ ପରିଚାଳନା ଯୁଗ୍ମ ସମନ୍ଵୟ ସମିତି ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଉଭୟ ଓଡ଼ିଶା ଛତିଶଗଡ଼ ରାଜ୍ୟର ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହି ବୈଠକ ବସି ପାରିଲା ନାହିଁ। ଆସନ୍ତା ତାରିଖରେ  ନେଇ ପୁଣି ଥରେ ନିଷ୍ପତ୍ତି ନିଆଯିବ। ହିରାକୁଦ ନଦୀବନ୍ଦ ସୁରକ୍ଷା ନିର୍ଦ୍ଦେଶକ ନେଇ ତାରିଖ ଧାର୍ଯ୍ୟ କରିବେ ବୋଲି  ଶ୍ରୀ ରାଉତ କହିଛନ୍ତି

By amfnews

Related Post