Sat. Oct 3rd, 2026

ମହାନଦୀ ଜଳ ବିବାଦ ମାମଲା ଶୁଣାଣି ତାରିଖ ଜୁଲାଇ ୧୧କୁ ଘୁଞ୍ଚିଲା

257 Views

ନୂଆଦିଲ୍ଲୀ : କରୋନାଭାଇରସ୍ ମହାମାରୀ ବିସ୍ତାର ଓ ପୁନର୍ବାର ଲକ୍‌ଡାଉନ୍ ବୃଦ୍ଧି କାରଣରୁ ମହାନଦୀ ଜଳ ବିବାଦ ମାମଲା ଶୁଣାଣି ତାରିଖକୁ ଟ୍ରିବ୍ୟୁନାଲ୍ ଶୁକ୍ରବାର ଦିନ ସ୍ଥଗିତ ରଖିଛନ୍ତି। ଏହାଛଡ଼ା ଶୁଣାଣି ତାରିଖ ସ୍ଥଗିତ ରଖିବାକୁ ବିପକ୍ଷ ରାଜ୍ୟମାନଙ୍କ ସମ୍ମତି ସହ ଓଡ଼ିଶା ତରଫରୁ ଓକିଲ କରିଥିବା ଅନୁରୋଧକୁ ମଧ୍ୟ ଟ୍ରିବ୍ୟୁନାଲ୍ ବିଚାରକୁ ନେଇ ଶୁଣାଣି ତାରିଖ ପୁନଃ-ନିର୍ଦ୍ଧାରଣ କରିଥିବା କଥା କୁହାଯାଇଛି।

୨୦୨୦ ଜୁଲାଇ ୧୧ ତାରିଖ ଦିନ ୧୧ଟା ବେଳେ ଏହି ମାମଲା ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା କଥା ଟ୍ରିବ୍ୟୁନାଲ୍ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ କି, ପୂର୍ବରୁ ମେ ୧୬ ତାରିଖ ପୂର୍ବାହ୍ନ ୧୧ଟା ବେଳେ ଏହି ମାମଲା ଶୁଣାଣି ପାଇଁ ତାରିଖ ପୁନଃ-ନିର୍ଦ୍ଧାରଣ କରାଯାଇଥିଲା।

By amfnews

Related Post