Sun. Apr 26th, 2026

ମହଙ୍ଗା ପଡ଼ିଲା ଭୂତ ଛଡ଼ାଇବା ପ୍ରୟାସ; ଗିରଫ ହେଲେ ଗୁଣିଆ ଦମ୍ପତି

190 Views

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ରାଣୀଗୁଡ଼ା ଗାଁରେ ଜଣେ ବାଳକ ଦେହରୁ  ଭୂତ ଛଡ଼ାଇବାକୁ କହି ଗୁଣିଆ ନିର୍ଘାତ ମାଡ଼ ମାରିବା ଘଟଣାରେ ତତ୍ପରତା ଦେଖାଇଛି ପୁଲିସ୍। ଏଥିରେ ସମ୍ପୃକ୍ତ ଗୁଣିଆ ଦମ୍ପତିଙ୍କୁ କମର୍ଦ୍ଦା ପୋଲିସ୍ ଗିରଫ କରିଛି। ଗିରଫ ପରେ ତାଙ୍କୁ ଅଧିକ ପଚରାଉଚରା କରାଯାଉଛି।

ସୂଚନା ଅନୁଯାୟୀ, ମହାଗବ ଗାଁର ନିତାଇ ସାମଲଙ୍କ ୭/୮ ବର୍ଷର ପୁଅ ଦେହ କିଛି ଦିନ ହେବ ଅସୁସ୍ଥ ରହୁଥିଲା। ଭୂତ ସନ୍ଦେହରେ ପରିବାର ଲୋକେ କମର୍ଦ୍ଦା ଥାନା ରାଣୀଗୁଡ଼ାର ଗୁଣିଆ ପାଖକୁ ପୁଅକୁ ନେଇଥିଲେ।  ଭୂତ ଛଡ଼ାଇବା ନାଁରେ  ଗୁଣିଆ ଦମ୍ପତି ପିଲାଟିକୁ ନିର୍ଧୂମ ପିଟିଥିଲେ। ବାଡ଼ି ଏବଂ କଣ୍ଟା ଗଛରେ ନିର୍ଧୂମ ପିଟିବା ସହ ଚପଲ ଖୁଆଇଥିଲେ । ପ୍ରବଳ ମାଡ଼ ଯୋଗୁ ପିଲାଟି ଏବେ ଗୁରୁତର ହୋଇ ପଡ଼ିଥିଲା।  ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି  ଦେଖାଯାଇଥିଲା। ଏହାପରେ ଗୁଣିଆ ଅଜୟ ରାଉଳ ଫେରାର ହୋଇଯାଇଥିଲା।

By amfnews

Related Post