Sat. Jul 25th, 2026

ମରି ଯାଇଥିବା ଲୋକ ନାମରେ ଅଭିଯୋଗ, ସିଟ୍‌ବେଲ୍‌ଟ ନପିନ୍ଧି ହାଇସ୍ପିଡ୍‌ରେ ଗାଡ଼ି ଚଳାଉଥିଲେ

206 Views

ଜୟପୁର: ପରିବହନ ବିଭାଗୀୟ କର୍ତ୍ତୃପକ୍ଷମାଙ୍କ ଅବହେଳାର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ରାଜସ୍ଥାନ ଜଲଓ୍ଵାର ଜିଲ୍ଲାର ପରିବହନ ବିଭାଗ ଜଣେ ମୃତ ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ବନ୍ଦ କରିଥିବା ଜାଣିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟକ୍ତି ଜଣକ ସିଟ୍‌ ବେଲ୍‌ଟ ନପିନ୍ଧି ଗାଡ଼ି ଚଳାଉଥିଲେ ବୋଲି ଅଭିଯୋଗ ଆଣି ପରିବହନ ବିଭାଗ ଲାଇସେନ୍ସ ରଦ୍ଦ କରିଛି। ବ୍ୟକ୍ତି ଜଣକ ତାଙ୍କ ଜୀବନରେ କେବେ ବି ଚାରିଚକିଆ ଗାଡ଼ି ଚଳାଇ ନଥିଲେ ଓ ଗତ ୨୦୧୧ ମସିହାରୁ ତାଙ୍କର ମୃତ୍ୟୁ ହୋଇସାରିଛି। ତେବେ ତାଙ୍କ ନାମରେ ଏପରି ଅଭିଯୋଗ ଆସିବା ନେଇ ଚକିତ ହୋଇଛନ୍ତି ପରିବାର ଲୋକେ।

ଯାହାଙ୍କ ନାମରେ ଅଭିଯୋଗ ହୋଇଛି ସେ ହେଉଛନ୍ତି ରାଜେନ୍ଦ୍ର କସେରା। ସେ ୨୦୧୧ ମସିହା ସେପ୍ଟେମ୍ବର ମାସରୁ ମରି ସାରିଛନ୍ତି। ସେ ସିଟ୍‌ ବେଲ୍‌ଟ ନପିନ୍ଧିବା ସହ ସ୍ପିଡ୍‌ ଡ୍ରାଇଭିଂ କରୁଥିଲେ ବୋଲି ତାଙ୍କ ନାମରେ ଅଭିଯୋଗ ଆସିବା ଏକ ହାସ୍ୟାସ୍ପଦ ମାତ୍ର।

By amfnews

Related Post