Thu. May 14th, 2026

ମମତାଙ୍କ ବାୟୋପିକ୍‌ ‘ବାଘିନୀ’ର ଟ୍ରେଲ୍‌ର ଡିଲିଟ୍‌ କରିବାକୁ ଟିଏମ୍‌ସିକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିସନ

372 Views

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାୟୋପିକ୍‌ ‘ବାଘିନୀ’କୁ ନେଇ ନିର୍ବାଚନ କମିସନ ତୃଣ ମୂଳ କଂଗ୍ରେସ(ଟିଏମ୍‌ଏସ୍‌)କୁ ଏକ ନୋଟିସ୍‌ ଜାରି କରିଛନ୍ତି। ନିର୍ବାଚନ କମିସନ ମମତାଙ୍କ ବାୟୋପିକ୍‌ର ଟ୍ରେଲର୍‌କୁ ତୁରନ୍ତ ଇଣ୍ଟରନେଟରୁ  ଡିଲିଟ୍‌ କରିବା ପାଇଁ ଜାରି କରିଥିବା ନୋଟିସ୍‌ରେ ଟିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ, ଲୋକସଭା ନିର୍ବାଚନ ଫଳାଫଳ ନ ବାହାରି ସାରିବା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରଟିର ପ୍ରଦର୍ଶନ ହୋଇପାରିବ ନାହିଁ ବୋଲି ନିର୍ବାଚନ କମିସନ କହିଛନ୍ତି।

ନିର୍ବାଚନ ସମୟରେ ମମତାଙ୍କ ବାୟୋପିକ୍‌ ‘ବାଘିନୀ’ ରିଲିଜ୍‌ ହେଲେ ତାହା ନିର୍ବାଚନ ଆଦର୍ଶ ଆଚଣ ବିଧି ଉଲ୍ଲଂଘନ କରିବ ବୋଲି ଭାରତୀୟ ଜନତା ପାର୍ଟି(ବିଜେପି) ଅଭିଯୋଗ ଆଣିଥିଲା। ଅଭିଯୋଗ ପାଇବା ପରେ ନିର୍ବାଚନ କମିସନ ଏହାର ତଦନ୍ତ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ ହୋଇଥିବା ମମତାଙ୍କ ବାୟୋପିକ୍‌ର ଟ୍ରେଲର୍‌କୁ ଡିଲିଟ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ଉପରେ ବି ସମାନ ନିୟମ ଲାଗୁ ହୋଇଛି। ଦୁଇ ଦୁଇ ଥର ରିଲିଜ୍‌ ତାରିଖ ସ୍ଥିର ହୋଇ ସାରିବା ପରେ ବି ନିର୍ବାଚନ ମଧ୍ୟରେ ରିଲିଜ୍‌ ହେଲେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେବ ବୋଲି ବିରୋଧୀଙ୍କ ଅଭିଯୋଗ ହେତୁ ଚଳଚ୍ଚିତ୍ରଟି ଏଯାବତ୍‌ ରିଲିଜ୍‌ ହୋଇପାରି ନାହିଁ।

By amfnews

Related Post