Fri. Apr 24th, 2026

ମନ୍ଦ ଆଚରଣ ଦେଖାଇ ହୋଟେଲ୍‌ରୁ ତଡ଼ା ଖାଇଲେ ସମଲିଙ୍ଗୀ ଦମ୍ପତି

147 Views

ଚେନ୍ନାଇ  : ଚେନ୍ନାଇର ‘କ୍ରସ୍‌ୱେ ହୋଟେଲ୍‌ ଆଣ୍ଡ୍‌ ରିସୋର୍ଟସ’ରୁ ଜୁଲାଇ ୨୮ ତାରିଖରେ ଦୁଇ ଜଣ ସମଲିଙ୍ଗୀ ଦମ୍ପତିଙ୍କୁ ବାହାର କରି ଦିଆଯାଇଛି। ସେମାନଙ୍କ ଆଚରଣ ଓ ବ୍ୟବହାର ହୋଟେଲ୍‌ରେ ରହୁଥିବା ଅନ୍ୟ ଅତିଥିଙ୍କୁ ଅସହଜ ମନେ ହେଉଥିବା କାରଣରୁ ହୋଟେଲ୍‌ ପକ୍ଷରୁ ସେ ଦୁହିଁଙ୍କୁ ବାହାର କରାଯାଇଥିବା ସୂଚନା ରହିଛି। ଏହି ଦୁଇ ମହିଳା ହେଉଛନ୍ତି ରଶିକା ଗୋପାଲକ୍ରିଷନ୍‌ ଏବଂ ଶିବାଙ୍ଗୀ ସିଂହ।

ଗୋପାଲକ୍ରିଷନ୍‌ ତାଙ୍କ ଫେସ୍‌ବୁକ୍‌ ଫେସ୍‌ବୁକ୍‌ରେ ଲେଖିଛନ୍ତି ଯେ ‘ହୋଟେଲ୍‌ରୁ ତଡ଼ା ଖାଇବା ପରି ଭୁଲ୍‌ ଆମେ କରି ନଥିଲୁ। ମୁଁ ଏବଂ ମୋ ସାଥୀ ବାର୍‌ରେ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ସମସ୍ତେ ଆମକୁ ବୁଲି ବୁଲି ଦେଖୁଥିଲେ। ଅନ୍ୟ ସମେସ୍ତ ବି ନାଚୁଥିଲେ ଓ ଆମେ ବି ନାଚୁଥିଲୁ ମାତ୍ର ଆମକୁ ଅନ୍ୟମାନେ ଏକ ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲେ। ଆମର ଦୋଷ ହେଉଛି ଆମେ ସମଲିଙ୍ଗୀ। ଆମେ ଗାଧୁଆ ଘରେ ପଶିଥିବା ବେଳେ କିଛି ହୋଟେଲ୍‌ କର୍ମୀ ଆସି ଆମ କବାଟ ବାଡ଼େଇ ବାହରକୁ ବାହାରିବାକୁ କହିଥିଲେ। ଆମେ ବାହାରକୁ ଆସିବା ପରେ ସେମାନେ ଆମକୁ ହୋଟେଲ୍‌ ଛାଡ଼ିବାକୁ କହିଲେ। ଅନ୍ୟ ଅତିଥିମାନେ ଆମ ବିରୋଧରେ ଅଭିଯୋଗ ଆଣିଥିବା ହେତୁ ଅନ୍ୟମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମକୁ ନିହାତି ଖରାପ ବ୍ୟବହାର ଦେଖାଇ ହୋଟେଲ୍‌ରୁ ବାହାର କରି ଦିଆଗଲା।’

ସେହିପରି ସିଂହ କୁହନ୍ତି, ‘ଆମେ ଭିତରେ ଖରାପ କାମ କରୁଥିଲୁ ଓ ସେସବୁର ସିସିଟିଭି ଫୁଟେଜ୍‌ ଅଛି ବୋଲି ହୋଟେଲ୍‌ କର୍ମୀ ଆମକୁ କହିଲେ। ଆମେ ସେ ଫୁଟେଜ୍‌ ଦେଖିବାକୁ ଦାବି କରିବାରୁ ତାହାର କୌଣସି ଆବଶ୍ୟକତା ନାହିଁ ବୋଲି କହି ହୋଟେଲ୍‌ ପରିଚାଳକ କଥାକୁ ଟାଳି ଦେଲେ।’

ଏପଟେ ଏ ସଂପର୍କରେ ‘କ୍ରସ୍‌ୱେ ହୋଟେଲ୍‌ ଆଣ୍ଡ୍‌ ରିସୋର୍ଟସ’ର ପ୍ରତିଷ୍ଠାତା ଯଜ୍ଞ ପ୍ରକାଶ ଚନ୍ଦ୍ରନ୍‌ କହନ୍ତି, ‘ହୋଟେଲ୍‌ ଭିତରେ ସମସ୍ତ ଗ୍ରାହକଙ୍କ ଆଚରଣ ବ୍ୟବହାରକୁ ଆମ ହୋଟେଲ୍‌ କର୍ମୀ ନଜର ରଖନ୍ତି। ଯେଉଁ ଗ୍ରାହକଙ୍କ ବ୍ୟବହାର ଭିନ୍ନ ଲାଗେ ସେମାନଙ୍କ ବିରୋଧରେ ହୋଟେଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।’

By amfnews

Related Post