Fri. Jul 3rd, 2026

ମନମୋହନ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଜ୍ବରର କାରଣ ଜାଣିବାକୁ ପରୀକ୍ଷା କରୁଛନ୍ତି ‘ଏମ୍‌ସ୍’ ଡାକ୍ତର

199 Views

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଏବଂ ଦେହ ଅସୁସ୍ଥ ଲାଗିବାରୁ ରବିବାର ରାତିରେ ‘ଏମ୍‌ସ୍’ରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କଥା ଡାକ୍ତରମାନେ କହିଛନ୍ତି। ‘ଏମ୍‌ସ୍‌’ର କାର୍ଡିଓଥୋରାସିସ୍ କେନ୍ଦ୍ରର ଏକ ଟିମ୍ ତାଙ୍କର ଯତ୍ନ ନେଉଛନ୍ତି।

ଏକ ନୂଆ ଔଷଧ ଦିଆଯିବାରୁ ମନମୋହନ ସିଂହଙ୍କ ଠାରେ ଜ୍ବର ଲକ୍ଷଣ ପ୍ରକାଶ ପାଇବାରୁ ଅବ୍‌ଜର୍ଭେସନ୍ ଆଣ୍ଡ୍ ଇଭେଷ୍ଟିଗେସନ୍ ନିମନ୍ତେ ତାଙ୍କୁ ‘ଏମ୍ସ’ରେ ଭର୍ତ୍ତି କରାଯାଇଛି। ‌ଏବେ ତାଙ୍କୁ ଜ୍ବର ହୋଇଛି ଏବଂ ଜ୍ବରର କାରଣ ଜାଣିବାକୁ ପରୀକ୍ଷା କରାଯାଉଛି। ତାଙ୍କର ଆବଶ୍ୟକତା ଅନୁଯାୟୀ ସମସ୍ତ ଡାକ୍ତରୀ ସୁବିଧା ସେଠାରେ ଯୋଗାଇ ଦିଆଯାଉଥିବା କଥା ‘ଏମ୍ସ’ ସୂତ୍ରରୁ ଜଣାପଡ଼ିଛି।

ଏଠାରେ ପ୍ରକାଶଯୋଗ୍ୟ କି, ୨୦୦୯ ମସିହାରେ ‘ଏମ୍‌ସ୍‌’ରେ ମନମୋହନ ସିଂହଙ୍କର ସଫଳ କରୋନେରି ବାଇପାସ୍ ଅସ୍ତ୍ରୋପଚାର କରାଯାଇଥିଲା।

ରବିବାର ସନ୍ଧ୍ୟାରେ ୮୭ ବର୍ଷିୟ ମନମୋହନ ସିଂହଙ୍କୁ ‘ଏମ୍‌ସ୍’ରେ ଭର୍ତ୍ତି କରାଯିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ କେତେକ ନେତା ଉଦ୍‌ବେଗ ପ୍ରକାଶ କରିଥିଲେ।

By amfnews

Related Post