Fri. Jul 3rd, 2026

ମଧ୍ୟପ୍ରଦେଶରେ ଟ୍ରକ୍-ବସ୍ ଦୁର୍ଘଟଣା: ୮ ଶ୍ରମିକ ମୃତ; ୫୦ ଆହତ

307 Views

ନୂଆଦିଲ୍ଲୀ: ବୁଧବାର ରାତିରେ ମଧ୍ୟପ୍ରଦେଶର ଗୁଣା ଠାରେ ଗୋଟାଏ ଟ୍ରକ୍ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଅନ୍ୟୂନ ୮ଜଣ ଶ୍ରମିକଙ୍କର ପ୍ରାଣହାନୀ ହେବା ସହ ପ୍ରାୟ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି।

ମହାରାଷ୍ଟ୍ରରୁ ଏହି ଶ୍ରମିକମାନେ ଟ୍ରକ୍ ଯୋଗେ ଉତ୍ତର ପ୍ରଦେଶସ୍ଥିତ ସେମାନଙ୍କ ଭିଟାମାଟିକୁ ଫେରୁଥିଲେ। ଗୁଣାର କ୍ୟାଣ୍ଟନ୍‌ମେଣ୍ଟ୍ ଥାନା ଅଞ୍ଚଳରେ ଟ୍ରକ୍‌ଟି ବସ୍‌କୁ ଧକ୍କା ଦେଇଥିଲା। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ରାତିରେ ଉତ୍ତର ପ୍ରଦେଶର ମୁଜାଫର ନଗରରୁ ଚାଲି ଚାଲି ବିହାର ଯାଉଥିବା କେତେକ ପ୍ରବାସୀ ଶ୍ରମିକଙ୍କ ଉପରେ ଗୋଟାଏ ବସ୍ ଚଢ଼ିଯିବାରୁ ୬ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

ରାତି ପ୍ରାୟ ୧୧ଟା ବେଳେ ମୁଜାଫରନଗର-ସାହରଣପୁର ରାଜ୍ୟ ରାଜପଥରେ ନଗର କୋଟୱାଲି ଠାରେ ଏହି ଦୁର୍ଘଟଣା ଘଟିଛି। ମୃତାହତ ଶ୍ରମିକମାନେ ଦିନ ମଜୁରିଆ ଭାବେ ପଞ୍ଜାବରେ କାମ କରୁଥିଲେ। ଲକ୍‌ଡାଉନ୍ ଯୋଗୁଁ ସେମାନେ ଚାଲି ଚାଲି ବିହାର ଅନ୍ତର୍ଗତ ଗୋପାଳଗଞ୍ଜରେ ଥିବା ସେମାନଙ୍କ ଘରକୁ ଫେରୁଥିଲେ।

By amfnews

Related Post