Wed. Jul 1st, 2026

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ 85 ବର୍ଷ ବୟସରେ ପରଲୋକ

328 Views

ଲକ୍ଷ୍ନୌ, ଜୁଲାଇ ୨୧ :  ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ଦେହାନ୍ତ । ଅସୁସ୍ଥତା ହେତୁ ଗତମାସରୁ ତାଙ୍କୁ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ଏ ନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ସୂଚନା ଦେଇଛନ୍ତି । ମୃତ୍ୟୁବେଳକୁ ଲାଲଜୀ ଟଣ୍ଡନଙ୍କୁ ୮୫ବର୍ଷ ହୋଇଥିଲା । ଲାଲ୍‌ଜୀ ଜୁନ୍ ୧୧ ତାରିଖ ଦିନ ନିଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ନିଶ୍ୱାସ ନେବାରେ କଷ୍ଟ ହେବା ପରେ ତାଙ୍କୁ ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପରିଶ୍ରା ଅସୁବିଧା ଥିବା ସହ ଜ୍ବର ମଧ୍ୟ ରହୁଥିଲା। ଡାକ୍ତରମାନେ ଚିକିତ୍ସା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଯତ୍କୃତ ସମସ୍ୟା ଅଛି। ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ୧୪ ତାରିଖରେ ତାଙ୍କ ଲିଭରରେ ଏକ ଅପେରସନ୍ କରାଯାଇଥିଲା । ସେହିଦିନ ଠାରୁ ସେ ହସ୍ପିଟାଲ୍‌ରେ ଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

୧୯୬୦ ମସିହାରୁ ଲାଲଜୀ ଟଣ୍ଡନଙ୍କ ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ସେ ଉତ୍ତରପ୍ରଦେଶ ବିଧାନସଭାକୁ ୩ଥର ନିର୍ବାଚିତ ହୋଇଥିଲେ । କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ଥିବାବେଳ ସେ ମନ୍ତ୍ରୀ ହୋଇଥିଲେ । ସେ ଉତ୍ତରପ୍ରଦେଶ ବିଧାନ ପରିଷଦକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ସେ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ହୋଇଥିଲେ ।

By amfnews

Related Post