Fri. Jul 31st, 2026

ମଣିଷଖିଆ ବାଘୁଣୀ‘ଅବନୀ’କୁ ଗୁଳି କରି ହତ୍ୟା

187 Views

ଭୁବନେଶ୍ୱର , ନଭେମ୍ବର ୦୩ : ଓଡ଼ିଶାର ସାତକୋଶିିଆ ଅଭୟାରଣ୍ୟରେ ବାଘୁଣୀ ‘ସୁନ୍ଦରୀ’ର ଆତଙ୍କରେ ଆତଙ୍କିତ ସ୍ଥାନୀୟ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଗତ ୧ ସପ୍ତାହରୁ ଅଧିକ ଦିନ ହେବ ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛି। ବିଶେଷ କରି ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ପରେ ତାକୁ ଅନ୍ୟତ୍ର ସ୍ଥାନାନ୍ତର ଜରୁରି ହୋଇ ପଡ଼ିଥିବା ବେଳେ ବାଘୁଣୀ ଧରା ଛୁଆଁ ଦେଉ ନ ଥିବାରୁ ଚିନ୍ତାରେ ପଡ଼ିଛି ବନବିଭାଗ। ଅପରପକ୍ଷେ ମହାରାଷ୍ଟ୍ରରେ ଏକ ମଣିଷଖିଆ ବାଘୁଣୀକୁ ସୁଟ୍‌ ଆଟ୍‌ ସାଇଟ୍‌ ନିର୍ଦ୍ଦେଶ କ୍ରମେ ଗତକାଲିି ରାତିରେ ଗୁଳି କରି ହତ୍ୟା କରାଯାଇଛି।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରର ପନ୍ଧର୍କଓ୍ଵାଡା ଜଙ୍ଗଲ ଓ ତାର ଆଖପାଖରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ‘ଅବନୀ’ ନାଁରେ ୧୪ ଜଣ ମଣିଷଙ୍କୁ ମାରି ଖାଇଥିବାର ଅଭିଯୋଗ ହୋଇଛି। ଏହି ମଣିଷଖିଆ ବାଘୁଣୀକୁ ଦେଖିବା ମାତ୍ରେ ଗୁଳି କରି ହତ୍ୟା କରିବା ପାଇଁ ମହାରାଷ୍ଟ୍ର ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଗତ ଅକ୍ଟୋବର ୧୬ ତାରିଖରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ଜାଣିବା ପାଇଁ ମଧ୍ୟ ଚାହିଁଥିଲା।

ତେବେ ଗତକାଲି ରାତିରେ ବନବିଭାଗ ବାଘୁଣୀ ‘ଅବନୀ’କୁ ୟାଭତମାଲ ଜଙ୍ଗଲରେ ଗୁଳି କରି ହତ୍ୟା କରିଥିବା ଜଣାଯାଇଛି।ଏଥିପାଇଁ ସ୍ନିଫର ଡଗ୍‌, ସାର୍ପସୁଟରଙ୍କୁ ନେଇ ବନବିଭାଗ ଦୀର୍ଘ ଦିନ ହେଲା ତାର ଅଭିଯାନ ଚଳାଇଥିଲା।
ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ଉତରାଖଣ୍ଡର ନୈନିତାଲ ଜିଲ୍ଲାରେ ଏକ ମଣିଷ ଖିଆ ବାଘକୁ ଗୁଳି କରି ହତ୍ୟା କରାଯାଇଥିଲା। ସେହି ବାଘଟି ୨ ଜଣ ମଣିଙ୍କୁ ମାରିଥିଲା ବୋଲି ତା ନାଁରେ ଅଭିଯୋଗ ଥିଲା।

By amfnews

Related Post