Mon. Oct 5th, 2026

ମଙ୍ଗୁ ମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

328 Views

ପୁରୀ  :   ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ ଐତିହ୍ୟ ସହିତ ଜଡ଼ିତ  ରହିଛି। ତେଣୁ ଏହି ସ୍ମାରକୀର ସୁରକ୍ଷା କରାଯାଉ ବୋଲି ସେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। ଶ୍ରୀମନ୍ଦିର ଚୌହଦିରୁ ୭୫ ମିଟର ଉଚ୍ଛେଦ କ୍ରମରେ ମଙ୍ଗୁ ମଠ ଭାଙ୍ଗିବା ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅମରିନ୍ଦର ସିଂହ ।ସୂଚନା ଅନୁସାରେ  ଶିଖ୍ ଧର୍ମର ପ୍ରବର୍ତ୍ତକ  ଗୁରୁ ନାନକଙ୍କ ପୁଅ ଶ୍ରୀ ଚାନ୍ଦ ୧୫୨୫ ମସିହାରେ ପୁରୀ ଆସି ଏହି ମଠ ପ୍ରତିଷ୍ଠା କରିଥିଲେ।

By amfnews

Related Post