Fri. Apr 24th, 2026

ମଇଦଲପୁର ଜଙ୍ଗଲରେ ଯୁବକଙ୍କ ତଣ୍ଟିକାଟି ହତ୍ୟା

224 Views

ନବରଙ୍ଗପୁର : ରବିବାର ସନ୍ଧ୍ୟାରେ ପାପଡ଼ାହାଣ୍ଡି ବ୍ଲକ୍‌ ମଇଦଲପୁର ଜଙ୍ଗଲ ମଧ୍ୟରେ ତଣ୍ଟି କଟାଯାଇ ହତ୍ୟା କରାଯାଇଥିବା ଜଣେ ଯୁବକଙ୍କ ଶବ ମିଳିଛି।

ମୃତ ଯୁବକ ହେଉଛନ୍ତି ପାପଡ଼ାହାଣ୍ଡି ଥାନା ଅଧୀନ ଝାଡ଼କୁସୁମୀ ଗାଁ’ର ଡମୁ ଭତରାଙ୍କ ୨୦ ବର୍ଷିୟ ପୁଅ ରମୁ ଭତରା। ଗୁରୁବାର ଦିନ ଗୋଟାଏ ଲାଲ୍‌ ରଙ୍ଗର ମଟରସାଇକେଲ୍‌ରେ ଦୁଇ ଜଣ ଯୁବକ ଆସି ରମୁକୁ ଘରୁ ଡାକି ନେଇଥିଲେ। ସେ ଦିନ ସେ ଆଉ ଘରକୁ ଫେରି ନ ଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ତା’ର ସନ୍ଧାନ ନ ପାଇବାରୁ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲେ।

ପାପଡ଼ାହାଣ୍ଡିରୁ ପ୍ରାୟ ୧୫ କିଲୋମିଟର ଦୂର ମଇଦଲପୁର ଏବଂ ସେଠାରୁ ଆହୁରି ୩ କିଲୋମିଟର ଦୂର ଜାତୀୟ ରାଜପଥ ପାର୍ଶ୍ୱ ଜଙ୍ଗଲରେ ଜଣେ ଯୁବକଙ୍କ ତଣ୍ଟିକଟା ଯାଇଥିବା ଶବ ପଡ଼ିଥିବା କଥା ସେଠାକାର ଲୋକଙ୍କ ଠାରୁ ଶୁଣି ରମୁଙ୍କ ପରିବାର ଲୋକେ ଦେଖିବାକୁ ଯାଇଥିଲେ। ଏବଂ ସେ ଶବ ରମୁର ବୋଲି ସେମାନେ ଚିହ୍ନଟ କରିଥିଲେ। ଶବ ପାଖରେ କେତୋଟି ମଦ ବୋତଲ ମଧ୍ୟ ପଡ଼ିଥିଲା।

ଏ ବିଷୟରେ ଖବର ପାଇ ମଇଦଲପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post