Fri. Oct 9th, 2026

ଭଡ଼ାକୁ ନେଇ ‘ଓଲା’ ଚାଳକଙ୍କୁ ମାଡ଼

178 Views

ଚନ୍ଦ୍ରଶେଖରପୁର : ଯାତ୍ରୀ ଭଡ଼ାକୁ କେନ୍ଦ୍ର ଜଣେ ‘ଓଲା’ କାର୍‌ ଚାଳକ ଓ କିଛି ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ‘ଓଲା’ କାର୍ ଚାଳକଙ୍କୁ କିଛି ଅଟୋ ଚାଳକ ନିସ୍ତୁକ ମାଡ଼ ମାରିଛନ୍ତି। ଏହାକୁ ନେଇ ଉଭୟ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ଆହତ ‘ଓଲା’ କାର୍ ଚାଳକ ସିଲୁ ବେହେରାଙ୍କୁ ଚିକିତ୍ସା ପାଇଁ ପୁଲିସ୍ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତି କରିଥିଲା। ବିଳମ୍ବିତ ରାତିରେ ଉଭୟ ପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିବା ଜଣାପଡ଼ିଛି।

By amfnews

Related Post