Mon. Oct 5th, 2026

ଭୋର ସମୟରେ ମାଆଙ୍କୁ ଭେଟିଥାନ୍ତେ ନରେନ୍ଦ୍ର ମୋଦୀ, କିନ୍ତୁ ବଦଳିଗଲା ଆଶୀର୍ବାଦ ନେବାର ସମୟ

244 Views

ଅହମଦାବାଦ : ପ୍ରତି ଥର ଭଳି ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ମାଆ ହୀରାବେନଙ୍କ ଆଶୀର୍ବାଦ ନେବେ । ଗତକାଲି ସୂଚନା ମିଳିଥିଲା ନରେନ୍ଦ୍ର ମୋଦୀ ମାଆଙ୍କଠାରୁ ଭୋର ସମୟରେ ଆଶୀର୍ବାଦ ନେବେ। ହେଲେ ଏବେ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କିନ୍ତୁ ଆଜି ଦ୍ବିପହରରେ ମାଆ ହୀରାବେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ସରୋବର ଡ୍ୟାମ ଗସ୍ତ କରିବେ । ଗୁଜୁରାଟ ସରକାର ଏଠାରେ ‘ନମାମୀ ଦେବୀ ନର୍ମଦା’ ନାମରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛି । ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦୀ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିଥିବାର ସୂଚନା ମିଳିଛି ।

जन्मदिन के मौके पर पीएम मोदी गुजरात में हैं. (फोटो-एएनआई)

ପ୍ରଧାନମନ୍ତ୍ରୀ ମୋଦୀ ନର୍ମଦାରେ ପୂଜାର୍ଚ୍ଚନା କରୁଥିବା ବେଳେ ଏହି ସମୟରେ ରାଜ୍ୟର ପରିବେଶକୁ ସ୍ୱଚ୍ଛ ରଖିବା ସଂକଳ୍ପ ନେଇ ୫୦୦୦ ନଦୀ, ପୋଖରୀ ଓ ଡ୍ୟାମରେ ମଧ୍ୟ ପୂଜାର୍ଚ୍ଚନା ହୋଇଛି । ମୋଦୀ ସରୋବର ଡ୍ୟାମସ୍ଥିତ ଦତ୍ତ ମନ୍ଦିରରେ ଆରତୀ କରିବେ । ମନ୍ଦିରରେ ବାସୁଦେବାନନ୍ଦଙ୍କ ସମାଧୀ ମନ୍ଦିର ନମନ କରି ଦତ୍ତ ମନ୍ଦିର ନିକଟରେ ଏଠାକାର ସୌନ୍ଦର୍ଯ୍ୟ ଦେଖିବେ ବୋଲି ଜଣାଯାଇଛି ।

By amfnews

Related Post