Thu. Jul 2nd, 2026

ଭୋଟ ଦେବା ପରେ ମତଦାତାଙ୍କୁ ପେଟ୍ରୋଲ ପମ୍ପରେ ମିଳିବ ରିହାତି, ଆପଣ ବି ଏପରି ଉଠାଇ ପାରିବେ ଏହି ଫାଇଦ

312 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭେଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅଛି। ମତଦାନ ପାଖାପାଖି ୭ଟି ପର୍ଯ୍ୟାୟରେ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ମତଦାତାଙ୍କୁ ଭେଟ ଦେବା ପାଇଁ ଜାଗୃତ କରିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ନିର୍ବାଚନ ଆୟୋଗ ଏଥିପାଇଁ ବିଭିନ୍ନ ପ୍ରକାର ପ୍ରଚାର କରିବାରେ ଲାଗିଛନ୍ତି। ଏମିତିରେ ମତଦାତାଙ୍କୁ ଭୋଟ ଦେବା ପାଇଁ ଜାଗୃତ କରିବା ପାଇଁ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ (ଏଆଇପିଡିଏ)ବି ଆଗକୁ ଆସିଛି। ଡିଲର୍ସ ଆସୋସିଏସନ୍‌ ଭେଟିଂ ଦିନ ମତଦାନ କରିଲେ ଇନ୍ଧନ ମୂଲ୍ୟରେ ରିହାତି ଦେବାର ଘୋଷଣା କରିଛି।

ଯଦି ଆପଣ ଭୋଟିଂ ଦିନ ଭୋଟ ଦିଅନ୍ତି ତେବେ ପେଟ୍ରୋଲ ପମ୍ପରେ ଆପଣଙ୍କୁ ୫୦ ପଇସା ପ୍ରତି ଲିଟର ପିଛା ଛାଡ ମିଳିବ। ଅଏଲ ଇଣ୍ଡିଆ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ (ଏଆଇପିଡିଏ) ପକ୍ଷରୁ କୁହାଯାଇଛି କି, ମତଦାତାଙ୍କୁ ଜାଗୃତ କରିବା ସହିତ ସେମାନଙ୍କ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ‘ପ୍ରମୋଟ ଭେଟିଂ’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅଫରର ପେଟ୍ରୋଲ ପମ୍ପରେ ସକାଳ ୮ଟାରୁ ନେଇ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଏହାର ଫାଇଦା ଉଠାବା ପାଇଁ ଆପଣଙ୍କୁ ଆଙ୍ଗୁଳିରେ ଭୋଟିଂ ଚିହ୍ନ ଦେଖାଇବାକୁ ପଡ଼ିବ। ଗ୍ରାହକଙ୍କୁ ମତଦାନ ଦିନ ଅତିବେଶୀରେ ୨୦ଲିଟର ଇନ୍ଧନ ଉପରେ ଛାଡ ମିଳିବ।

By amfnews

Related Post