Mon. Aug 31st, 2026
238 Views

ଭୁବନେଶ୍ୱର : ରବିବାର ରାତି ୮ଟାରେ ୪୮ ଘଣ୍ଟିଆ  ଶଟ୍‌ଡାଉନ୍ ଉଠିବା ପରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଅମାନିଆ ଗାଡ଼ି ଚାଳକଙ୍କ ମନମାନି ଦେଖିବାକୁ ମିଳିଛି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକ ବାହାରେ ବୁଲୁଛନ୍ତି। ତେବେ କମିଶନରେଟ୍‌ ପୁଲିସ୍‌ ଏଭିଳି ଅମାନିଆ ଲୋକଙ୍କ ଗାଡ଼ି ସିଜ୍‌ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରିବାରୁ ପୁଲିସ୍‌ ଆଜି ୬୩୭ଟି ଗାଡ଼ି ସିଜ୍‌ କରିଛି।  ଭୁବନେଶ୍ୱର ଡିସିପି ଅନୁପ ସାହୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବଜାରକୁ ପରିବା ଓ ଗ୍ରୋସରୀ ଆଦି କିଣିବାକୁ ଗଲେ ଗାଡ଼ି ନ ନେବାକୁ ଭୁବନେଶ୍ୱର ଡିସିପି କହିଛନ୍ତି। ଏଥିସହ ଭୟଭୀତ ହୋଇ ବଜାରରୁ କିଣାକିଣି ନ କରିବାକୁ ମଧ୍ୟ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ପରିବାରର ଜଣେ ସଦସ୍ୟ ବଜାର ଆସନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

By amfnews

Related Post