Sat. Oct 3rd, 2026

ଭୁବନେଶ୍ୱରରେ ପହଞ୍ଚିବ କୋଭିସିଲ୍ଡ ଟିକାର ୪ ଲକ୍ଷ ୮୦ ହଜାର ଡୋଜ୍, ରାଜ୍ୟ ଟିକା ସଂଗ୍ରହାଳୟରେ ପ୍ରସ୍ତୁତି ଶେଷ

376 Views

ଭୁବନେଶ୍ବର, ଜାନୁଆରୀ ୧୨ : ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସାରାଦେଶକୁ ଟିକାର ପ୍ରଥମ ଦଫା ପଠାଯାଉଛି । ଭୁବନେଶ୍ୱର ଅଭିମୁଖେ ଆସିଛି ଟିକା । ପ୍ରଥମ ଦଫାରେ ଭୁବନେଶ୍ୱରରେ କୋଭିସିଲ୍ଡ ଟିକାର ୪ ଲକ୍ଷ ୮୦ ହଜାର ଡୋଜ୍ ପହଞ୍ଚିବ । ସ୍ପାଇସଜେଟ୍ ବିମାନରେ ଏହାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ଅପରାହ୍ନ ୩ଟା ୧୫ ମିନିଟରେ ଏହା ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବ ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଏହି ଟିକା ଆସିବା ପରେ ରାଜ୍ୟ ଟିକା ସଂଗ୍ରହାଳୟରେ ରଖାଯିବ । ସୂଚନାଯୋଗ୍ୟ, ଆସନ୍ତା ୧୬ ତାରିଖରୁ ସାରାଦେଶରେ ଆରମ୍ଭ ହେଉଛି କୋଭିଡ ଟିକାକରଣ ମହାଭିଯାନ। ଏଥିପାଇଁ ମହାରାଷ୍ଟ୍ରସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଟିକା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ବଳୟରେ ଫ୍ରିଜର ଥିବା ଅତ୍ୟାଧୁନିକ ଟ୍ରକରେ କୋଭିଡ ଟିକାକୁ ବିମାନବନ୍ଦର ନିଆଯାଇଛି  ସେଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ପଠାଯାଉଛି।

ପ୍ରଥମ ବିମାନ ଭାବେ ସ୍ପାଇସ ଜେଟ୍‌ରେ ୪୫୬ଟି ବକ୍ସରେ ମୋଟ ୧୪ ହଜାର ୫୯୨ ଟନ୍ ଓଜନର ଟିକା ପଠାଯାଇଛି। ଏଥିସହ ଅନ୍ୟ ବିମାନରେ ଚେନ୍ନାଇ, ଚଣ୍ଡୀଗଡ, କୋଲକାତା, ଗୁଜରାଟ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ଗୌହାଟୀ, ବେଙ୍ଗଳୁରୁ, ପାଟନା ଏବଂ ଲକ୍ଷ୍ନୋକୁ ଟିକା ପଠାଯାଇଛି । ଦେଶରେ ଦୁଇଟି କୋଭିଡ୍ ଟିକା କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

By amfnews

Related Post