Wed. Sep 16th, 2026

ଭୁବନେଶ୍ବରର ବିମାନ ବନ୍ଦର ଛକରେ ବାଇକ୍ ସିଜ୍ କଲା ପୁଲିସ୍

304 Views

ଭୁବନେଶ୍ବର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା ପରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି ଏବଂ ବାଇକ୍ ସିଜ୍ କରାଯାଉଥିବାର ଖବର ମିଳିଛି।
ଆଜି ସକାଳେ ବାହାରକୁ ବୁଲି ଆସିଥିବା ଜଣେ ବାଇକ୍ ଚାଳକଙ୍କର ବାଇକକୁ ଭୁବନେଶ୍ବରର ବିମାନ ବନ୍ଦର ଛକରେ ପୁଲିସ୍ ସିଜ୍ କରିଛି। ସେହି ବାଇକରେ ଦୁଇଜଣ ଯାଉଥିଲେ।ଠିକ୍ ସେହିପରି ବାଲେଶ୍ୱର ସହରରେ ବିନା କାରଣରେ ସହରରେ ବୁଲୁଥିବା ବାଇକ ଚାଳକଙ୍କୁ ଟ୍ରାଫିକ୍ ଥାନାରେ ଅଟକ ରଖାଯାଇଥିବା ଜଣାଯାଇଛି। ବାଲେଶ୍ୱର ସହରରେ ଥିବା ଫକୀର ମୋହନ ଗୋଲେଇରେ ଯାଞ୍ଚ କଡାକଡ଼ି କରାଯାଇଛି।ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ବି ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାଯାଇଛି। ସହରରେ ଏହି କାରଣରୁ ଯାନବାହନ ଚଳାଚଳ ପ୍ରାୟତଃ ବନ୍ଦ ରହିଛି। ଭୁବନେଶ୍ବର ଓ କଟକରେ ବି ଗାଡ଼ିର ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

By amfnews

Related Post