Wed. Sep 30th, 2026

ଭୁବନେଶ୍ବର ଓ କଟକ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଛଟ ପର୍ବ ପାଳିତ

246 Views

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ଛଟ ପର୍ବ ପାଳିତ ହୋଇଛି ।ଶ୍ରଦ୍ଧାଳୁମାନେ ପ୍ରଥମ ଦିନ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଦିନ ଅର୍ଥାତ ଆଜି ପ୍ରାତଃ ସମୟରେ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି । ସମଗ୍ର ଦେଶର ପ୍ରମୁଖ ଜଳାଶ୍ରୟ ଗୁଡ଼ିକରେ ଶ୍ରଦ୍ଧାଳୁମାନେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି । ପରିବାରର ମଙ୍ଗଳ କାମନା କରି ଶ୍ରଦ୍ଧାଳୁ ରବିବାର ଭୋର ସକାଳୁ ଜଳାଶୟରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଛଟ ଦେବୀ ହେଉଛନ୍ତି ଭଗବାନଙ୍କ ସୂର୍ଯ୍ୟଙ୍କ ଭଉଣୀ। ଏହି ପୂଜା ପାଳନ ବେଳେ ଦେବୀଙ୍କ ଭାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯାଇଥାଏ ।

उगते सूर्य को दिया गया अर्घ्य (फोटो-ANI)
ମିଳିଥିବା ସୂଚନା ଅନୁଯାୟୀ, ବିହାରର ରାଜଧାନୀ ପାଟନାସ୍ଥିତ କଦମ ଘାଟରେ ଶ୍ରଦ୍ଧାଳୁମାନେ ଭଗବାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ନୂଆଦିଲ୍ଲୀର ଆଇଟିଓ ଠାରେ ଛଟ ପୂଜାର ଆୟୋଜନ କରାଯାଇଛି । ମୁମ୍ବାଇର ଜୁହୁ ବେଳାଭୂମିରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ସୂର୍ଯ୍ୟଙ୍କୁ ଉପାସନା କରିଥିବା ବେଳେ ଭୁବନେଶ୍ୱରସ୍ଥିତ କୁଆଖାଇ ନଦୀ କୂଳରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି ।କଟକର କାଠଯୋଡ଼ି ନଦୀରେ ବି ହଜାର ହଜାର ଶ୍ରଦ୍ଧାଳୁ ସୂର୍ଯ୍ୟଙ୍କୁ ଉପାସନା କରିଥିବାର ଦେଖିବାକୁ ମିଳିଛି।

By amfnews

Related Post