Sat. Oct 3rd, 2026

ଭିତରକନିକାରେ ଆରମ୍ଭ ହେଲା ଡଲଫିନ୍ ଗଣନା

454 Views

ରାଜନଗର,ଜାନୁଆରୀ ୧୭ : ଆଜି ଠାରୁ ଆରମ୍ଭ ହେଲା ରାଜନଗର ବ୍ଲକ୍ ଅନ୍ତର୍ଗତ ଭିତରକନିକା ଅଞ୍ଚଳରେ ଡଲଫିନ୍ ଗଣନା। ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ଗଣନା ଆରମ୍ଭ କରାଯାଇଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ମିଳିଛି।

ଭିତରକନିକା ଅଂଚଳରେ ଡଲଫିନ୍ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି। ଆଉଟର ହୁଇଲର୍ ରୁ ଚିଂଚିରି ମାଉଥ୍, ବରୁଣେଇରୁ ପାରାଦ୍ୱିପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦ୍ୱୀପରୁ ଜଟାଧାର ମୁହାଁଣ ଓ ଦେବୀ ମୁହାଁଣରୁ ଜଟାଧାର ମୁହାଁଣ ଯାଏଁ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲଫିନ୍ ଗଣନା କରାଯିବ। ପୂର୍ବରୁ କେବଳ ଚିଲିକାରେ ଡଲଫିନ୍ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତିକ୍ରମେ ୫ ବର୍ଷ ହେଲା ଭିତରକନିକା.ରେ ଡଲଫିନ୍ ଗଣନା କରାଯାଉଛି।

By amfnews

Related Post