Sat. Oct 3rd, 2026

ଭିଜିଲାନ୍ସ ଫାନ୍ଦରେ କୋଟିପତି କନିଷ୍ଠ ଯନ୍ତ୍ରୀ

332 Views

ରାୟଗଡ଼ା :ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ରାୟଗଡ଼ା ଜିଲ୍ଲା ଗୁଶୁପୁରସ୍ଥିତ ଆଇଟିଡିଏ ଅଫିସରେ କାର୍ଯ୍ୟରତ  କନିଷ୍ଠ ଯନ୍ତ୍ରୀ  ଗଗନ ପତିଙ୍କ ଘରେ , ଅଫିସରେ ଭିଜିଲାନ୍ସ ଚଢ଼ାଉ ଆରମ୍ଭ ହୋଇଛି। ନଗଦ ଲକ୍ଷ ଲକ୍ଷ ଟଙ୍କା ସହିତ ସୁନାରୂପା ଅଳଙ୍କାର ଓ ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ପତିଙ୍କ କୋଠାବାଡ଼ିରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ,  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ନେଇ ରାୟଗଡ଼ା ଜିଲ୍ଲା ଗୁଣୁୁପୁରସ୍ଥିତ ଆଇଟିଡିଏ ଅଫିସରେ କାର୍ଯ୍ୟରତ  କନିଷ୍ଠ ଯନ୍ତ୍ରୀ  ଗଗନ ପତିଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଭିତ୍ତିରେ ଆଜି ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି କାର୍ଯ୍ୟାଳୟ ପକ୍ଷରୁ ୫ଟି ଟିମ୍‌ ଏକକାଳୀନ ଶ୍ରୀ ପତିଙ୍କ ଗୁଣୁପୁରସ୍ଥିିତ ଅଫିସ,ମୁନିଗୁଡ଼ାସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଥିବା ୩ ମହଲା ବିଶିଷ୍ଟ କୋଠା, ବ୍ରହ୍ମପୁର କୋ-ଅପରେଟିଭ କଲୋନିସ୍ଥିତ ପୈତୃକ ଘର ଓ ରାଉତପେଟା ଠାରେ ଥିବା ଶ୍ୱଶୁର ଘରେ ଏକ କାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ବେଳେ ଶ୍ରୀ ପତିଙ୍କ ଠାରୁ ଲକ୍ଷଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି।

By amfnews

Related Post