Tue. Sep 29th, 2026

ଭିଜିଲାନ୍ସ ଜାଲରେ ହୃଦେଶ୍ୱର ବେହେରା

276 Views

ବାରିପଦା:  ମୟୁରଭଞ୍ଜ ଜିଲ୍ଲାର  ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ହୃଦେଶ୍ୱର ବେହେରା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ବାରିପଦା କାର୍ଯ୍ୟାଳୟ ସମେତ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଚାଲିଛି ଚଢ଼ଉ ଜାରି ରହିଛି।

ଆଜି ଭିଜିଲାନସ ପକ୍ଷରୁ ଇଂ ହୃଦେଶ୍ୱର ବେହେରାଙ୍କ ବାରିପଦା କାର୍ଯ୍ୟାଳୟ, ବାରିପଦାର କନଭେଣ୍ଟ ଅଞ୍ଚଳରେ ଥିବା ଦୁଇ ମହଲା ଘର, ମୟୁରଭଞ୍ଜ ଜିଲ୍ଲାର   ଉଦଳା ଅନ୍ତର୍ଗତ ବୋଦୁଡିହାର ପୈତୃକ ଘର,ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁରରେ ଥିବା ଶଶୁର ଘର ଏବଂ ଭୁବନେଶ୍ବରରେ ଥିବା ଏକ ଫ୍ଲାଟ୍ ଉପରେ ଏକ କାଳୀନ ଚଢ଼ାଉ କରାଯାଇଛି। ଏସବୁ ସ୍ଥାନରୁ  ବହୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ସହିତ ଏକାଧିକ ବ୍ୟାଙ୍କ ପାସ୍‌ବୁକ ଜବତ କରାଯାଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ତଳେ ତାଙ୍କର ବାରିପଦା ଘରୁ ଚୋରି ହୋଇଥିବାର ଥାନାରେ ଅଭିଯୋଗ .ହାଇଥିଲା। ଇଂ ହୃଦେଶ୍ୱର ବେହେରା ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗରେ ବହୁ ବର୍ଷ ଧରି କାମ କରୁଛନ୍ତି। ବାରିପଦା ଭିଜିଲାନସ ଡିଏସପିଙ୍କ ନେତୃତ୍ବରେ ବାଲେଶ୍ବର, କେଉଁଝର  ଭିଜିଲାନସ ପକ୍ଷରୁ ମିଳିତଭାବେ ଏହି  ଚଢ଼ାଉ କରାଯାଇଛି।

 

By amfnews

Related Post