Tue. Jul 28th, 2026

ଭାଲୁ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର, ବୁର୍ଲା ସ୍ଥାନାନ୍ତର

373 Views

ଅନୁଗୁଳ  :  ଆଜି ସକାଳେ ଅନୁଗୁଳ ଜିଲ୍ଲା ମାଧପୁର ରେଞ୍ଜର ସଂରକ୍ଷିତ ଜଙ୍ଗଲ ଭିତର ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ମିଳିଥିିବା ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ଭୋଇ ପଡ଼ାର ଗିରିଶ ଚନ୍ଦ୍ର ମେହେର, ପ୍ରକାଶ ମହାକୁଡ଼, ରାମଚନ୍ଦ୍ର ଜାଲ ଓ ସୁଦାମ ଜାଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ହାବୁଡ଼ରେ ପଡ଼ିଥିଲେ।

ଭାଲିଟି ପ୍ରଥମେ ଗିରିଶ ଚନ୍ଦ୍ର ମେହେରଙ୍କୁ ଆକ୍ରମଣ କରି ତାଙ୍କ ଆଖି ତାଡ଼ି ଦେବା ସହିତ ଅତି ନିର୍ଦ୍ଦୟ ଭାବେ ମାରିଦେଇଥିଳା। ଗିରିଶକୁ ରକ୍ଷା କରିବାକୁ ଆସିଥିବା ପ୍ରକାଶ ଓ ସୁଦାମଙ୍କୁ ମଧ୍ୟ ଭାଲୁଟି ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ସେଠାରୁ କୌଣସି ମତେ ରାମଚନ୍ଦ୍ର ଜାଲ ଖସି ଆସି ଗାଁରେ କହିବା ପରେ ଗାଁ ଲୋକେ ଯାଇ ଗୁରତର ଅବସ୍ଥାରେ ମୃତାହତମାନଙ୍କୁ ଉଦ୍ଧାର କରିଥିଲେ। ଉଭୟ ପ୍ରକାଶ ଓ ସୁଦାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ଅପରପକ୍ଷେ ମାଧପୁର ରେଞ୍ଜ ଅଧିକାରୀ ସନ୍ତୋଷ କୁମାର ଭୋଇ ଗାଁରେ ପହଞ୍ଚି ମୃତ ଗିରିଶ ମେହେରଙ୍କ ପରିବାରକୁ ୪୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

By amfnews

Related Post