Fri. Apr 24th, 2026

ଭାରସାମ୍ୟ ହରାଇ କେନାଲ୍ ଭିତରକୁ ପଶିଲା କାର୍, ୩ ମୃତ

261 Views

କଟକ: ୧୬ ନମ୍ବର ଜାତୀୟ ରାଜପଥର ତେଲେଙ୍ଗାପେଣ୍ଠ ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ତେଲେଙ୍ଗାପେଣ୍ଠ ନିକଟରେ କେନାଲ୍ ଭିତରକୁ କାରଟିଏ ପଶଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। କଟକ-ଭୁବନେଶ୍ବର ରାସ୍ତାର ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ଏକ ଜାଗୁଆର୍ କାର୍ (ଓଡି ୧୪ସି-୦୦୦୭) ଦ୍ରୁତ ଗତିରେ କଟକରୁ ଭୁବନେଶ୍ବର ଆଡ଼କୁ ଯାଉଥିଲା। ରାତି ପ୍ରାୟ ୩ଟା ସମୟରେ ଏହି କାର୍ ଭାରସାମ୍ୟ ହରାଇ କେନାଲ୍ ଭିତରକୁ ପଶିଯାଇଥିଲା। ଏହାଫଳରେ କାର୍ ଭିତରେ ଥିବା ୩ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲା। ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଏଯାବତ୍ ମୃତକମାନଙ୍କର ପରିଚୟ ମିଳିନାହିଁ।

By amfnews

Related Post