Fri. Jul 3rd, 2026

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍, ୪ ମୃତ, ୩୦ରୁ ଅଧିକ ଆହତ

191 Views

ଲକ୍ଷ୍ନୌ: ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧରକାରୀ ଟିମ୍ ପହଞ୍ଚି ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ଗତକାଲି ବିଳମ୍ୱିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଜୟପୁରରୁ ବିହାର ଯାଉଥିବା ବେଳେ ଉତ୍ତର ପ୍ରଦେଶ କନୌଜ ଦେଇ ଯାଇଥିବା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସରେ ଏହି ଦୁର୍ଘଟଣା ଘଟିଛି।

ବସ୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଚିତ୍ର ଦେଖିବାକୁ ମିଳିଛି। ବସକୁ ରାସ୍ତାରୁ ହଟାଇବା ପାଇଁ କ୍ରେନର ସାହାଯ୍ୟ ନେଇଥିଲା ଜିଲ୍ଲା ପ୍ରଶାସନ। ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ଜିଲ୍ଲାପାଳ ରବୀନ୍ଦ୍ର କୁମାର ଓ ପୁଲିସ୍‌ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଟାୟାର ଫାଟି ଯାଇଥିଲା। ଫଳରେ ଜାତୀୟ ରାଜପଥର ଡିଭାଇଡରରେ ବସ୍‌ଟି ପିଟି ହୋଇଥିଲା।

By amfnews

Related Post