Thu. Jun 25th, 2026

‘ଭାରତ୍‌’ର ସୁଟିଂପାଇଁ ବିବାଦରେ ସଲମାନ୍‌ ଏବଂ କାଟ୍ରିନା

259 Views

ମୁମ୍ବାଇ, ନଭେମ୍ବର ୩୦: ଏବେ ବିବାଦରେ ସଲମାନ୍‌ ଏବଂ କାଟ୍ରିନା । ଦିଲ୍ଲୀସ୍ଥିତ ହୁମାୟୁନଙ୍କ ସମାଧି ପରିସରରେ ଥିବା ଇସା ଖାନ୍‌ଙ୍କ ସମାଧି ପାଖରେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ ଓ କାଟ୍ରିନା କୈଫ୍‌ ସୁଟିଂ କରିଛନ୍ତି। ଏହାକୁ ନେଇ ବିବାଦ ଦେଖା ଦେଇଛି। ଐତିହାସିକ ଓ ପ୍ରାଚୀନତତ୍ତ୍ୱ ସଂରକ୍ଷକ ଏହି ବିଷୟରେ ଚିନ୍ତା ପ୍ରକଟ କରୁଛନ୍ତି।

ସଲମାନ୍‌ ଓ କାଟ୍ରିନା ଏଠାରେ ଫିଲ୍ମ ‘ଭାରତ୍‌’ର ସୁଟିଂ କରିଛନ୍ତି। ଇସା ଖାନ୍‌ର ସମାଧିରେ ଥିବା ଗାର୍ଡେନ କଂପ୍ଲେକ୍ସରେ ଏକ ଓପନ ଏୟାର୍‌ ଜିମ୍‌ର ସେଟ୍‌ ଲଗାଯାଇଥିଲା। ଏଠାରେ ୨୦୦ରୁ ଅଧିକ କ୍ରୁ ମେମ୍ବର ଏହି ସୁଟିଂରେ ଅଂଶ ଗ୍ରହଣ କରିଥିଲେ। ଏହି ସୁଟିଂ ସକାଳ ୧୦ଟାରୁ ଦ୍ୱିପ୍ରହର ସାଢେ ତିନିଟା ଯାଏଁ ଚାଲିଥିଲା।ସୁଟିଂ ପାଇଁ ଆର୍କିୟୋଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏମ୍‌ଆଇ) ପକ୍ଷରୁ ଲେଟର ଅଫ୍‌ ଲାଇସେନ୍‌ସ ଲେଖା ଯାଇଛି ଯେ ଏଠାରେ ଟ୍ରାକ୍‌ ଟ୍ରଲିର ବ୍ୟବହାର ମଧ୍ୟ ସ୍ମାରକୀଠାରୁ ଦୂରରେ କରାଯିବ। ସ୍ମାରକୀର ଭିତରର କୌଣସି ଅଂଶ ସୁଟ୍‌ କରାଯିବ ନାହିଁ। ଏହାର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି।

By amfnews

Related Post