Thu. Oct 1st, 2026

ଭାରତୀୟ ବାୟୁସେନାର ଘୋଷଣା : ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଏନ୍‌-୩୨ ବିମାନରେ ସମସ୍ତଙ୍କର ମୃତ୍ୟୁ ଘଟିଛି

271 Views

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଏନ୍‌-୩୨ ବିମାନରେ ଥିବା କୌଣସି ବ୍ୟକ୍ତି ବଞ୍ଚି ନାହାନ୍ତି ବୋଲି ଭାରତୀୟ ବାୟୁସେନା ନିଶ୍ଚିତ କରିଛି। ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରେ ଥିବା ଯାତ୍ରୀମାନଙ୍କର ସନ୍ଧାନ କରିବାକୁ ବୁଧବାର ଦିନ ଏକ ୧୫ ଜଣିଆ ଉଦ୍ଧାରକାରୀ ଦଳକୁ ଦୁର୍ଘଟଣାସ୍ଥଳର ପାଖରେ ଏୟାର୍‌ଡ୍ରପିଙ୍ଗ୍‌ କରାଯାଇଥିଲା।

ଏଥିରେ ଥିଲେ ବାୟୁସେନା ପର୍ବତାରୋହୀଙ୍କ ମଧ୍ୟରୁ ନଅ ଜଣ, ସେନାରୁ ଚାରି ଜଣ ଏବଂ ଦୁଇ ଜଣ ବେସାମରିକ ପର୍ବତାରୋହଣକାରୀ।
ଖରାପ ପାଗ ଏବଂ ବନ୍ଧୁର ଅଞ୍ଚଳ ହୋଇଥିବାରୁ ଉଦ୍ଧାରକାରୀ ଦଳ ବୁଧବାର ସନ୍ଧ୍ୟାବେଳେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରେ ଥିବା ସମସ୍ତ ୧୩ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେମାନଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।

ଦୁର୍ଘଟଣାସ୍ଥଳର ଫଟୋଚିତ୍ରରୁ ଅନୁମାନ କରାଯାଉଛି କି, ବିମାନଟି ପାହାଡ଼ ଅତିକ୍ରମ କରିଯିବା ଉପରେ ଥିଲା, କିନ୍ତୁ ପାରି ନ ଥିଲା। ବୋଧହୁଏ ବାଦଲ ଯୋଗୁଁ ଦୃଶ୍ୟତା ଅବରୋଧ ହୋଇଯାଇଥିଲା। ଧ୍ୱଂସ ବିମାନଟିର ବ୍ଲାକ୍‌ ବକ୍ସ୍‍ ଏବଂ ସିଭିଆର୍‌ ଖୋଜା ଚାଲିଛି ବୋଲି ବାୟୁସେନା ମୁଖପାତ୍ର ଉଇଙ୍ଗ୍‌ କମାଣ୍ଡର୍‌ ରତ୍ନାକର ସିହ କହିଛନ୍ତି।

By amfnews

Related Post