Tue. Aug 18th, 2026

ଭାରତରେ ରେକର୍ଡ ୬୨,୫୩୬ ଜଣ କରୋନା ରୋଗୀ ଚିହ୍ନଟ, ୨୦ ଲକ୍ଷ ଟପିଲା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

387 Views

ନୂଆଦିଲ୍ଲୀ, ଅଗଷ୍ଟ ୦୭ : ଭାରତରେ ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି ମହାମାରୀ କରୋନା ଭାଇରସ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଆଜି ଭାରତରେ ଗୋଟିଏ ଦିନ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା ରେକର୍ଡ କରିଛି । ସପ୍ତାହକ ତଳେ ଦୈନିକ ସଂକ୍ରମଣ ୫୦ରୁ ୫୫ ହଜାର ଭିତରେ ରହୁଥିଲା ବେଳେ ଶୁକ୍ରବାର ତାହା ୬୦ ହଜାର ପାର୍‌ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୫୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଲକ୍ଷ ୨୭ ହଜାର ୭୪କୁ ବୃଦ୍ଧି ପାଇଛି।

ସେହିପରି ଦିନକରେ ୮୮୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୬ ଲକ୍ଷ ୭ ହଜାର ୩୮୪ ସକ୍ରିୟ ରୋଗୀ ଥିବାବେଳେ ୧୩ ଲକ୍ଷ ୮୭ ହଜାର ୧୦୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post