Fri. Jul 3rd, 2026

ଭାରତରେ ଥିବା ଇଟାଲୀୟ ଅସ୍ତ୍ରଶସ୍ତ୍ର କମ୍ପାନିରୁ ୧୩୧ କୋଟି ଟଙ୍କା ଠକି ନେଲେ ଚୀନ୍‌ର ହ୍ୟାକର୍‌

593 Views

ମୁମ୍ବାଇ, ଜାନୁଆରୀ ୧୧ : ଭାରତରେ ଥିବା ଏକ ଇଟାଲୀୟ ଅସ୍ତ୍ରଶସ୍ତ୍ର କମ୍ପାନିରୁ ସାଇବର ଠକମାନେ ୧୩୧ କୋଟି ଟଙ୍କା ଠକି ନେବା ଘଟନା ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

ଫିସିଙ୍ଗ୍‌ ଇମେଲ୍‌ ବ୍ୟବହାର କରି ଚୀନ୍‌ ସାଇବର୍‌ ଅପରାଧୀମାନେ ୟୁଜର୍‌ନେମ୍‌ସ୍‌, ପାସ୍‌ଓ୍ଵାର୍ଡ ଏବଂ କ୍ରେଡିଟ୍‌ କାର୍ଡ ନେଇଯାଇଥିନ୍ତି। ମାଲ୍‌ଦା ମୁମ୍ବାଇସ୍ଥିତ ଟେକ୍ନିମଣ୍ଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାନ ଏହି ସାଇବର୍‌ ଆକ୍ରମଣର ସରବ୍ୟ ହୋଇଛି।

ଜାନୁଆରି ୫ ତାରିଖ ଦିନ ଫାଇଲ୍‌ ହୋଇଥିବା ଅଭିଯୋଗ ଅନୁସାରେ, କମ୍ପାନିର ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ମାରିଓ ରୁଜ୍‌ଙ୍କ ସହ ଚୀନ୍‌ ନାଗରିକମାନେ ଇମେଲ୍‌ ଆଇଡି ଜରିଆରେ ଯୋଗାଯୋଗ କରିଥିଲେ। ଗତବର୍ଷ ନଭେମ୍ବର ୧୩ ତାରିଖ ଦିନର ସେହି ମେଲ୍‌ଟି ଥିଲା ଗ୍ରୁପ୍‌ ସିଇଓଙ୍କ ମେଲ୍‌ ଭଳି।

ଏକ ଗୋପନୀୟ ବ୍ୟାପାର ଲାଗି ଅଜଣା ଚୀନ ନାଗରିକମାନେ ଗ୍ରୁପ୍‌ ସିଇଓ ଭାବେ ବଡ଼ ଧରଣର ଅର୍ଥରାଶି ଦେବାକୁ କହିଥିଲେ। ଇଟାଲିସ୍ଥିତ ମୁଖ୍ୟାଳୟରୁ ଅର୍ଥନୈତିକ କାରଣରୁ ପାଣ୍ଠି ଆସି ପାରୁ ନ ଥିବାରୁ ଭାରତସ୍ଥିତ କମ୍ପାନିର ଆକାଉଣ୍ଟ୍‌ରୁ ଅର୍ଥ ପଠାଇବାକୁ କହିଥିଲେ।

ଏ କଥାରେ ରୁଜୋ କମ୍ପାନିର ମୁଖ୍ୟ ଆକାଉଣ୍ଟ୍‌ସ୍‌ ମୋହନ ସାଓ୍ଵନ୍ତଙ୍କୁ ଅର୍ଥ ଟ୍ରାନ୍‌ସ୍‌ଫର୍‌ ପ୍ରକ୍ରିୟ କରିବା କଥା କହିଥିଲେ, ଏବଂ ସେ ଚୀନ୍‌ର ତାଇଜୌ ଝେଜାଙ୍ଗ୍‌ସ୍ଥିତ ମେସର୍ସ ଓକୁରେ ଇଣ୍ଡଷ୍ଟ୍ରି ଆଣ୍ଡ୍‌ ଟ୍ରେଡ୍‌ ଲିମିଟେଡ୍‌କୁ ଟଙ୍କା ପଠାଇଥିଲେ।

By amfnews

Related Post