Sun. Sep 13th, 2026

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସମାରୋହ।

412 Views

ସୁନାବେଢା ପୌର ମଣ୍ଡଳ ଭାରତୀୟ ଜନତା ପାର୍ଟି ଆନୁକୂଲ୍ୟରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱଦଶାହ ପାଳନ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସମାରୋହ ସୁନାବେଢା-୩ସ୍ଥ ଶ୍ରୀ ରାମ ମନ୍ଦିର ପରିସରରେ ପାଳିତ ହୋଇଯାଇଛି।ସୁନାବେଢା ପୌର ମଣ୍ଡଳ ସଭାପତି ତ୍ରିନାଥ ପୋଲାଇ ସଭାପତିତ୍ୱ କରିଥିଲେ।ଦୀପପ୍ରଜ୍ୱଳନ,ଶାନ୍ତିପାଠ,ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ସରକାରୀ କର୍ମଚାରୀ, ସାମ୍ବାଦିକ ବନ୍ଧୁଗଣ, ସ୍ଥାନୀୟ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସମେତ ଗୁରୁଜୀ ଗୁରୁମା ବୃନ୍ଦ,ଏଚଏଏମଏସ ର କର୍ମକର୍ତ୍ତା ମଣ୍ଡଳୀ,ବୃଦ୍ଧାଶ୍ରମ, ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ଗଣ,ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହିବା ସହ ପ୍ରସାଦ ସେବନ କରିଥିଲେ।
ଏଥିରେ ସମସ୍ତ କର୍ମକର୍ତ୍ତା ଉପସଭାପତି ଏ ଶ୍ରୀନିବାସ ରାଓ,ବଦ୍ରି ନାରାୟଣ ପାତ୍ର,କେଶବ ସାହୁ,କେ ଜ୍ୟୋତି,ରବି ନାୟକ, ସାଧାରଣ ସମ୍ପାଦକ ସିମାଞ୍ଚଳ ପାତ୍ର,ମୁରଲୀ ସାହୁ,ସମ୍ପାଦକ ଗଣ ସତ୍ୟବ୍ରତ ପାଢ଼ୀ,ଲବ ଖୋସଲା,ଏମ ରାଜୁ,ନେପାଳ ମଣ୍ଡଳ, ଜଗନ୍ନାଥ ମହାରଣା, ଗୀତାଞ୍ଜଳୀ ପାତ୍ର,କାଉନସିଲର ସୁମନ କିରଣ ପ୍ରିୟଦର୍ଶିନୀ,ଜିଲ୍ଲା ମହିଳା ସଂଘରୁ ସୁବାସିନୀ ସାହାଣୀ, ସରସ୍ୱତୀ ପାତ୍ର,ଜିଲ୍ଲା ଏସି ମୋର୍ଚ୍ଚା ସଭାପତି କୁଳସିକା ଏବଂ ସମସ୍ତ ମୋର୍ଚ୍ଚା ସଭାପତି ଏବଂ ସମସ୍ତ କମିଟି ସଦସ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

Related Post