Sun. Oct 4th, 2026

ଭାରତକୁ ଲିଜ୍‌ରେ ମିଳିଲା ଆମେରିକୀୟ ଡ଼୍ରୋନ୍‌

256 Views

ଦିଲ୍ଲୀ,ନଭେମ୍ବର 26 : ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ନୌସେନାର କ୍ଷମତା ବୃଦ୍ଧି ତଥା ଭାରତ ମହାସାଗରୀୟ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଆମେରିକା ଠାରୁ ଲିଜ୍ ରେ ଦୁଇଟି ଡ୍ରୋନ୍ ଆଣିଛି ଭାରତ। ଏହି ଡ୍ରୋନ୍ ଭାରତୀୟ ନୌସେନାର ଆଇଏନ୍‌ଏସ୍ ର ରାଜଲି ଏୟାରବେସରୁ ୩୦ ଘଣ୍ଟାରୁ ଅଧିକ ସମୟ ଧରି ମନିଟରିଂ କରିବାରେ ସକ୍ଷମ ଅଟେ ।

ସୂତ୍ରରୁ ପ୍ରକାଶ ଯେ ଉଭୟ ଡ୍ରୋନ୍ ନଭେମ୍ବରରେ ଭାରତ ଆସି ନଭେମ୍ବରର ତୃତୀୟ ସପ୍ତାହରେ ଏହି ସିଷ୍ଟମ କାର‌୍ୟ୍ୟକ୍ଷମ ହୋଇଥିଲା ଏବଂ ସେହିଠାରୁ ହିଁ ଉଡ଼ାଣ ଭରିଛନ୍ତି।  ଆମେରିକୀୟ ବିକ୍ରେତାଙ୍କ ସହ ଲିଜ୍ ଚୁକ୍ତି ଅନୁଯାୟୀ ଭାରତୀୟ ନୌସେନା ଏହି ଡ୍ରୋନ୍ଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛି, ଯେଉଁମାନେ ଏହି ସିଷ୍ଟମ ଚଳାଇବାରେ ସାହାଯ୍ୟ କରିବେ ସେମାନଙ୍କ ଏକ ଅଲଗା ଗ୍ରୁପ୍ କରାଯାଇଛି । ଡ୍ରୋନ୍ ସମୁଦ୍ରରେ ସମସ୍ତ ପ୍ରକାରର ଗତିବିଧି ଉପରେ ନଜର ରଖିପାରିବ ଡ୍ରୋନ୍ ସାହାଯ୍ୟରେ ଶତ୍ରୁ ଯୁଦ୍ଧ ଜାହାଜଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇପାରିବ 

ଏହି ଡ୍ରୋନ୍ ସାହାଯ୍ୟରେ ନୌସେନା ନିଶ୍ଚିତ ଭାବରେ ଏହାର ପ୍ରତିପକ୍ଷଙ୍କ ଉପରେ ନଜର ରଖିପାରିବ ।ସେ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ପୂର୍ବ ଲଦାଖ ଅଞ୍ଚଳରେ ଚାଲିଥିବା ଉତ୍ତେଜନା କାରଣରୁ ନିୟୋଜିତ ଭାରତୀୟ ସୁରକ୍ଷା ବାହିନୀ ପାଇଁ ଆମେରିକୀୟ ଡ୍ରୋନ୍ ମଧ୍ୟ ଉପଲବ୍ଧ ହୋଇପାରିବ। ପୂର୍ବ ଲଦାଖରେ ଚୀନ୍ ଆକ୍ରୋଶକୁ ନେଇ ଚାଲିଥିବା ଉତ୍ତେଜନାରେ ଭାରତ ଏବଂ ଆମେରିକା ମିଳିତ ଭାବେ କାର‌୍ୟ୍ୟ କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

By amfnews

Related Post