Fri. May 22nd, 2026

ଭାରତକୁ ତୈଳ ଯୋଗାଇବା ପାଇଁ ରୁଷ୍‌ ପ୍ରସ୍ତୁତ

253 Views

ନୂଆଦିଲ୍ଲୀ : ରୁଷ୍‌ର ସର୍ବବୃହତ୍‌ ତୈଳ କମ୍ପାନି ରୋସ୍‌ନେଫ୍‌ଟ୍‌ ପିଜେଏସ୍‌ସି ଭାରତକୁ ତୈଳ ଯୋଗାଇବ ବୋଲି ମଙ୍ଗଳବାର ଦିନ ଏହାର ଅଧ୍ୟକ୍ଷ ଇଗୋର୍‌ ସେଚିନ୍‌ ଭାରତର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ବୈଠକରେ କହିଛନ୍ତି।

ସାଉଦି ଆରବ ଅଏଲ୍‌ କୋ, ବା ସାଉଦୀ ଆରାମ୍‌କୋ ଉପରେ ଡ୍ରୋନ୍‌ ଆକ୍ରମଣ ଯୋଗୁଁ ସମଗ୍ର ବିଶ୍ୱକୁ ଅଶୋଧିତ ତୈଳ ଯୋଗାଣ ବାଧା ପାଇଥିବାରୁ ଏକ ପ୍ରକାର ସଙ୍କଟଜନକ ପରିସ୍ଥିତି ଦେଖାଦେଇଛି। ରାଷ୍ଟ୍ରାୟାତ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକ ରୁଷ୍‌ ଠାରୁ ତୈଳ ଖରିଦ କରିବାକୁ ଦୀର୍ଘସୂତ୍ରୀ ରାଜିନାମା କରାଇବାକୁ ଇଚ୍ଛା କରିବା କାରଣରୁ ଏହି ବୈଠକ ଆୟୋଜିତ ହୋଇଥିଲା। ୮୦% ଅଶୋଧିତ ତୈଳ ଏବଂ ୧୮% ପ୍ରାକୃତିକ ବାଷ୍ପ ଆମଦାନି କରୁଥିବାରୁ ଭାରତରେ ତୈଳ ଦରରେ ଖୁବ୍‌ ଅସ୍ଥିରତା ଦେଖା ଯିବାର ଆଶଙ୍କା ରହିଛି।

ଡ୍ରୋନ୍‌ ଆକ୍ରମଣ ସଂକ୍ରାନ୍ତରେ ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି, ଏଇଟା ବଡ଼ ଘଟଣା। ସେ ଯାହାହେଉ, ଗତକାଲି ଆମେ ସାଉଦି ଆରାମକୋରୁ ତୈଳ ଉଠାଇଛୁ, ଆଜି ବି ଉଠାଇବୁ। କିନ୍ତୁ, ଏସ୍‌ ଆଣ୍ଡ୍‌ ପି ଗ୍ଲୋବାଲ୍‌ ପ୍ଲାଟ୍‌ କହିଛି କି, ଆକ୍ରମଣ ଘଟଣା ଯୋଗୁଁ ଆଉଦି ଆରବ ଅଶୋଧିତ ତୈଳ ଯୋଗାଣ ଦୈନିକ ଅନ୍ୟୂନ ତିନି ନିୟୁତ ବ୍ୟାରେଲ୍‌ ହିସାବରେ ମାସେ ଯାଏଁ ପ୍ରଭାବିତ ହେବ।

ରୋସ୍‌ନେଫ୍‌ଟ୍‌ ଇସିଓ ସୂଚନା ଦେଇଛନ୍ତି ଯେ ଭାରତର ଶକ୍ତି ନିରାପତ୍ତାକୁ ମଜ୍‌ଭୁତ କରିବା ନିମନ୍ତେ ସେମାନେ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଭାରତକୁ ଅତି ଉନ୍ନତ ମାନର ଅଶୋଧିତ ଯୋଗାଇ ଦେବେ।

By amfnews

Related Post