Wed. Oct 7th, 2026

ଭାରତ-ବାଂଲାଦେଶ ସୀମାନ୍ତ ଆକାଶରେ ଧକ୍କା ଏଡ଼ାଇଲେ ଦୁଇ ଇଣ୍ଡିଗୋ ବିମାନ

183 Views

ନୂଆଦିଲ୍ଲୀ, ନଭେମ୍ବର ୦୨ : ଭାରତ ଓ ବାଂଲାଦେଶ ସୀମାନ୍ତ ଅନ୍ତର୍ଗତ ଆକାଶରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ସହ ହେବାକୁ ଯାଉଥିବା ଧକ୍କା ଏଡ଼ାଇ ପାରିଛନ୍ତି ବୋଲି ଏୟାର୍‌ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଅଧିକାରୀମାନେ କହିଛନ୍ତି।

ସମ୍ଭାବ୍ୟ ଧକ୍କାର ମାତ୍ର ୪୫ ସେକେଣ୍ଡ୍‌ ପୂର୍ବରୁ ଡାହଣ ପଟକୁ ବୁଲି ଯାଇ ସମାନ ଉଚ୍ଚତାସ୍ତରରେ ଆସୁଥିବା ଅନ୍ୟ ଏକ ବିମାନ ବାଟରୁ ହଟି ଯିବାକୁ ଗୋଟିଏ ବିମାନକୁ କୋଲକାତାର ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ନିର୍ଦେଶ ଦେଲେ।

କୋଲକାତା ବିମାନ ବନ୍ଦରର ଜଣେ ବରିଷ୍ଠ ଏଏଆଇ କର୍ତ୍ତୃପକ୍ଷ କହନ୍ତି: ଉଭୟ ଇଣ୍ଡିଗୋ ବିମାନ ବୁଧବାର ସନ୍ଧ୍ୟାରେ ଏକା ସ୍ତରରେ ଉଡୁଥିବାରୁ ଉଭୟଙ୍କ ପ୍ରତି ବିପଦର କାରଣ ହୋଇ ଥାଆନ୍ତେ।

ସେ କହନ୍ତି: ଗୋଟିଏ ବିମାନ ଚେନ୍ନାଇରୁ ଗୌହାଟି ଯାଉଥିଲା ଏବଂ ଆରଟି ଗୌହାଟିରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା। ସନ୍ଧ୍ୟା ପ୍ରାୟ ୫:୧୦ରେ ଉଭୟ ବିମାନ ପରସ୍ପରର ନିକଟତର ହୋଇ ଆସୁଥିଲେ।

By amfnews

Related Post