Sat. Aug 15th, 2026

ଭାରତ ପ୍ରତି ସତର୍କ ହୋଇ ପାକିସ୍ତାନ ତା’ର ଫ୍ରଣ୍ଟ୍‌ଲାଇନ୍‌ ବେସ୍‌ରୁ ହଟାଇଲା ଏଫ୍‌-୧୬ ଲଢୁଆ ବିମାନ

287 Views

ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟ୍‌ ଠାରେ ଥିବା ଜୈଶ୍‌-ଏ-ମହମ୍ମଦ ପ୍ରଶିକ୍ଷଣ ଆଡ୍‌ଡା ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିବାର ୭୫ ଦିନ ବିତିଗଲେ ମଧ୍ୟ ପାକିସ୍ତାନ ବାୟୁସେନା ଫ୍ରଣ୍ଟ୍‌ଲାଇନ୍‌ ଏଫ୍‌୧୬ ଲଢୁଆ ବିମାନ ସମେତ ତା’ର ସମସ୍ତ ଲଢୁଆ ବିମାନର ସୁରକ୍ଷା ପ୍ରତି ସତର୍କ ହୋଇ ଉଠିଛି।

ସରଗୋଧା, ପଞ୍ଜାବ ଏବଂ ସିନ୍ଧ ଠାରେ ଥିବା ବେସ୍‌ଗୁଡ଼ିକରୁ ପାକିସ୍ତାନ ବାୟୁସେନା ତା’ର ଏଫ୍‌-୧୬ ବିମାନଗୁଡ଼ିକୁ କାଢ଼ି ନେଇ ଏଣେ ତେଣେ କରି ସାଟେଲାଇଟ୍‌ ଫିଲ୍‌ଡ୍‌ଗୁଡ଼ିକରେ ମୁତୟନ କରିଥିବା କଥା ସରକାରୀ ସୂତ୍ରରୁ ଜଣାପଡ଼ିଛି।କାଳେ ଭାରତ ପକ୍ଷରୁ ଆକ୍ରମଣ ହେବ ଏବଂ ଥରକେ ଗୁଡ଼ାଏ ଲଢୁଆ ବିମାନ ନଷ୍ଟ ହୋଇଯିବ- ଏଇ ଆଶଙ୍କାରେ ପାକିସ୍ତାନ ଏ ଭଳି କୌଶଳ ଅବଲମ୍ବନ କରିଥାଇ ପାରେ।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ବାଲାକୋଟ୍‌ ବିମାନ ଆକ୍ରମଣ ଏବଂ ଭାରତକୁ ମୁକାବିଲା କରିବାରେ ବିଫଳ ହେବା ପରେ ପାକିସ୍ତାନ ବାୟୁସେନା ନିୟନ୍ତ୍ରଣ ରେଖା ଏବଂ ଆନ୍ତର୍ଜାତିକ ସୀମାର ସମ୍ମୁଖ ଇଲାକାରେ ସଜାଗ ରହିଛି।

ଜମ୍ମୁ ଅଞ୍ଚଳ ନିକଟବର୍ତ୍ତୀ ସିଆଲକୋଟ୍‌ ଅଞ୍ଚଳରେ ପାକିସ୍ତାନ ସେନା ମଧ୍ୟ ବିପୁଳ କମାଣ ଏବଂ ଆର୍‌ମୌରଡ୍‌ ରେଜିମେଣ୍ଟ୍‌ ମୁତୟନ କରିଛି। ତେଣୁ ଭାରତୀୟ ସେନା ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

By amfnews

Related Post