Wed. Jun 10th, 2026

ଭାରତ-ନେପାଳ ସୀମାନ୍ତ ଚିହ୍ନଟ ଖୁଣ୍ଟି ଅପହୃତ: ସଶସ୍ତ୍ର ସୀମା ବଳ

258 Views

ବରେଲି  : ଭାରତ-ନେପାଳ ସୀମାନ୍ତରେ ଚିହ୍ନଟ ଖୁଣ୍ଟି ଭାବେ ପୋତା ଯାଇଥିବା ଖୁଣ୍ଟିଗୁଡ଼ିକ ଅପହୃତ ହୋଇଯାଇ ଥିବା କଥା ଗୃହ ବିଭାଗ ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା କଥା ସଶସ୍ତ୍ର ସୀମା ସୁରକ୍ଷା ବଳର (ଏସ୍ଏସ୍‌ବି) ଅଧିକାରୀମାନେ କହିଛନ୍ତି।

‘ସଶସ୍ତ୍ର ପ୍ରହରୀ ବଳ’ (ନେପାଳର ସଶସ୍ତ୍ର ପୁଲିସ ବଳ) ମୁତୟନ କରାଯାଇଥିବା ଅଞ୍ଚଳରେ ମଧ୍ୟ ନେପାଳ ପାଞ୍ଚଟି ସୀମାନ୍ତ ଆଉଟ୍‌ପୋଷ୍ଟ୍‌ ଉଦ୍‌ଘାଟନ କରିଛି। ଭାରତରେ ମଧ୍ୟ ସମସ୍ତ ସୀମାନ୍ତ ଆଉଟ୍‌ପୋଷ୍ଟ୍‌ଗୁଡ଼ିକୁ ହାଇ ଆଲର୍ଟ କରାଯିବା ସହ ପାଟ୍ରୋଲିଙ୍ଗ୍‌ ମଧ୍ୟ ତୀବ୍ର କରାଯାଇଛି।

ସଶସ୍ତ୍ର ସୀମା ବଳର ୩୯ ବାଟାଲିୟନ୍ ଲକ୍ଷ୍ମୀପୁର ଖେରି ଜିଲ୍ଲାର ଭାରତ-ନେପାଳ ସୀମାନ୍ତର ୬୨. ୯ କିଲୋମିଟର୍ ଅଞ୍ଚଳକୁ ସୁରକ୍ଷା ଦେଉଛି। ଖୁଣ୍ଟି ନ ଥିବା ଏବଂ ଭାରତ-ନେପାଳ ସୀମାନ୍ତରେ ବେଆଇନ୍ ଭାବେ ସ୍ଥାନ ଅଧିକାର କଥା ନିକଟ ଅତୀତରେ ସଶସ୍ତ୍ର ସୀମା ବଳ କମାଣ୍ଡାଣ୍ଟ୍‌ ମୁନ୍ନା ସିଂହ ଖେରି ଜିଲ୍ଲା ମାଜିଷ୍ଟ୍ରେଟ୍ ଶୈଳେନ୍ଦ୍ର ସିଂହଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି। ଗୁପ୍ତ କଥାବସ୍ତୁ ହୋଇଥିବାରୁ କେତୋଟି ଖୁଣ୍ଟି ନାହିଁ ତାହା ପ୍ରକାଶ କରିହେବ ନାହିଁ ବୋଲି ଏସ୍‌ଏସ୍‌ବି କମାଣ୍ଡାଣ୍ଟ୍‌ କହିଛନ୍ତି।

ଖେରି ଜିଲ୍ଲା ନେପାଳର କୈଲାଲି ଏବଂ କାଞ୍ଜନପୁର ଜିଲ୍ଲା ସୀମାନ୍ତକୁ ଲାଗିଛି। ନିକଟରେ ବିହାରରେ ଭାରତ-ନେପାଳ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇବା ହେତୁ ସମସ୍ତ ସୀମାନ୍ତ ଆଉଟ୍‌ପୋଷ୍ଟ୍‌ଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

By amfnews

Related Post