Sun. Apr 26th, 2026

ଭାରତ ଗସ୍ତରେ ଯିବେ ବୋଲି କହିଲେ ଟ୍ରମ୍ପ୍‌

228 Views

ଓ୍ଵାସିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ କୌଣସି ଦିନ ଭାରତ ଗସ୍ତରେ ଯିବେ ବୋଲି ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ସେ ଖୁବ୍‌ ଉତ୍ତମ ବନ୍ଧୁ ବୋଲି କହିବା ସହ ମୋଦୀଙ୍କ ଆମନ୍ତ୍ରଣ ବିଷୟରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଲେ, ମୁଁ ସେଠାକୁ ଯିବାକୁ ସେ ଚାହୁଁଛନ୍ତି। କୌଣସି ଦିନ ମୁଁ ଭାରତକୁ ଯିବି। ନିକଟ ଭବିଷ୍ୟତରେ ତାରିଖ କିଂବା ଗସ୍ତ ସଂକ୍ରାନ୍ତରେ କିଛି ବ୍ୟବସ୍ଥା ହୋଇନାହିଁ। କିନ୍ତୁ ଗୋଟାଏ ବାଣିଜ୍ୟ ଚୁକ୍ତିରେ ସ୍ୱାକ୍ଷର କରିବାକୁ ଆମେରିକୀୟ ରାଷ୍ଟ୍ରପତି ଭାରତ ଗସ୍ତରେ ଯାଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। ବାଣିଜ୍ୟ କ୍ଷେତ୍ରରେ ଥିବା ଦୀର୍ଘ ଦିନର ମତପାର୍ଥକ୍ୟକୁ ଦୁଇ ଦେଶର ବାଣିଜ୍ୟିକ ପ୍ରତିନିଧିମାନେ ସମାଧାନ କରିବାରେ ସମର୍ଥ ହୋଇଥିଲେ। ତେଣୁ ଗୋଟାଏ ରାଜିନାମ ପ୍ରସ୍ତୁତି କରାଯାଇଥିଲା।

ପୂର୍ବରୁ ଟ୍ରମ୍ପ୍‌ କହିଥିଲେ କି, ସେ ଭାରତ ଯିବାକୁ ଚାହାଁନ୍ତି। କିନ୍ତୁ, ୨୦୧୮ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଦିଆଯାଇଥିବା ନିମନ୍ତ୍ରଣ ରକ୍ଷା କରି ପାରି ନ ଥିଲେ। ସେ ସମୟରେ ତାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିବା କଥା କାରଣରେ ଦର୍ଶାଯାଇଥିଲା।

ଦ୍ୱିପାକ୍ଷିକ ରାଜିନାମା ସ୍ଥିତି ସଂକ୍ରାନ୍ତରେ ଟ୍ରମ୍ପ୍‌ କହିଲେ, ଭାରତ ସହ ଆମର ଅନେକ କିଛି ହେଉଛି। ଭାରତ ସହ ଆମର ସୁସମ୍ପର୍କ ରହିଛି।

By amfnews

Related Post