Tue. Aug 4th, 2026

ଭାଜପାର ନୂଆ କାର୍ଯ୍ୟାଳୟରେ ବସିବେ ନାହିଁ ଅମିତ ଶାହା !

402 Views

ନୂଆଦିଲ୍ଲୀ: ପ୍ରାୟ ୩୫୦ କୋଟି ଟଙ୍କା ବ୍ୟବୟରେ ନିର୍ମିତ ହୋଇଥିବା ଭାରତୀୟ ଜନତା ପାର୍ଟିର ନୂଆ କାର୍ଯ୍ୟାଳୟ ଦଳର ଅଧ୍ୟକ୍ଷ ଅମିତ ଶାହାଙ୍କୁ ପସନ୍ଦ ହେଉ ନାହିଁ। ଅମିତ ଶାହା ଓ ଦଳର କେତେକ ବରିଷ୍ଠ ସଦସ୍ୟମାନଙ୍କୁ ଲାଗୁଛି କି ଏହି ନୂଆ କାର୍ଯ୍ୟାଳୟରେ କିଛି ବାସ୍ତୁ ଦୋଷ ରହିଛି। ସେମାନଙ୍କ ମତ ହେଲା ଯେ, ନୂଆ କାର୍ଯ୍ୟାଳୟ ଉଦ୍‌ଘାଟିତ ହେବା ପରେ ଦଳ ପାଇଁ ଭଲ ହେଉ ନାହିଁ।

ବିଗତ ଦିନମାନଙ୍କରେ ଭାଜପାକୁ କେତେକ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏସବୁ କଥାକୁ ଆଖି ଆଗରେ ରଖି ଅମିତ ଶାହା ଭାଜପାର ପୁରୁଣା କାର୍ଯ୍ୟାଳୟରେ ବସିବେ । ଏଣୁ ଏହି ପୁରୁଣା କର୍ଯ୍ୟାଳୟର ସାଜସଜ୍ଜା ଜୋରସୋରରେ ଚାଲିଛି।

ଭାଜପାର ଏହି ନୂଆ ହାଇଟେକ୍‌ କାର୍ଯ୍ୟାଳୟ ନୂଆଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ୬ରେ ଅବସ୍ଥିତ। ଏହାର ଉଦ୍‌ଘାଟନ ୨୦୧୮ ଫେବୃଆରି ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା। ଅମିତ ଶାହା ନିଜର ପୁରୁଣା କାର୍ଯ୍ୟାଳୟ (୧୧,ଅଶୋକ ରୋଡ଼) ବସିବାକୁ ପ୍ରସ୍ତୁତି ଚଳାଉଛନ୍ତି। ତେବେ ଅମିତ ଶାହା ନୂଆ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ବୈଠକ ଅବଶ୍ୟ କାରିବେ।

By amfnews

Related Post