Mon. Oct 5th, 2026

ଭବାନୀପାଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

325 Views

ଭବାନୀପାଟଣା: : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବାନୀପାଟଣାରେ ପହଞ୍ଚିଲେ ।ସେ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ସଭା ସ୍ଥଳରେ ପହଞ୍ଚିଛନ୍ତି। ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି । ସେ ନିଜର ଟୁଇଟରରେ ଓଡ଼ିଆ ଭାଷାରେ ଲେଖିଛନ୍ତି ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି ।’

ଏଠାରେ ସୂଚନାଯୋଗ୍ୟ ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଗୟା ଏବଂ ଜୁମ୍ମାଠାରେ ମଧ୍ୟ ସାଧାରଣ ସଭାରେ ଭାଷଣ ଦେବେ। ଏହି ଦୁଇ ସଭାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଯୋଗ ଦେବେ ବୋଲି ଜଣାଯାଇଛିି।

By amfnews

Related Post