Sat. Aug 22nd, 2026

ଭତ୍ତା ଟଙ୍କା ନ ଦେବାରୁ ଟାଙ୍ଗିଆରେ ହାଣି ମାକୁ ହତ୍ୟା କଲେ ଦୁଇ ପୁଅ

359 Views

ସୁନ୍ଦରଗଡ଼  : ମାଆକୁ ପୋଷୁ ନ ଥିଲେ ପୁଅ। ବିଧବା ଭତ୍ତା ବାବଦରେ ଯେଉଁ ଅଳ୍ପ କେତୋଟି ଟଙ୍କା ମାଆ ପାଏ ସେହି ଟଙ୍କାରେ କୌଣସି ମତେ ଚଳିଯାଏ। ତେବେ ଗତକଲି ମାଆ ପାଇଥିବା ବିଧବା ଭର୍ତ୍ତା ଟଙ୍କା ନେବା ପାଇଁ ଦୁଇ ପୁଅ ଜିଦ୍‌ କଲେ। ମାତ୍ର ମାଆ ସେ ଟଙ୍କାଦେବା ପାଇଁ ଚାହିଁଲା ନାହିଁ। ମା’ଭତ୍ତା ଟଙ୍କା ନ ଦେବା କଥାକୁ ସହଜରେ ଗ୍ରହଣ କରି ପାରିଲେ ନାହିଁ ଦୁଇ ପୁଅ। ବାସ୍‌, ଘରେ ପଡ଼ିଥିବା ଟାଙ୍ଗିିଆ ଆଣି ଦୁଇ ଭାଇ ମିଶି ମାକୁ ହାଣି ହତ୍ୟା କଲେ। ଏପରି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡରେ ସ୍ତବ୍ଧ ହୋଇ ଯାଇଛି ସୁନ୍ଦରଗଡ଼ ଜିଲ୍ଲ ସଦର ଥାନା ଅନ୍ତର୍ଗତ ବାରଗଡ଼ା ଗାଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବାରଗଡ଼ ଗାଁର ସ୍ୱର୍ଗତ ଯୁଧିଷ୍ଠିର କିସାନଙ୍କ ପତ୍ନୀ ପିକେଶ୍ୱରୀ କିସାନ(୫୫ ବର୍ଷ) ତାଙ୍କର ଦୁଇପୁଅ ନବୀନ କିସାନ(୩୦ ବର୍ଷ) ଓ ବିିପିନ କିସାନ(୨୮ ବର୍ଷ)ଙ୍କ ସହିତ ଗାଁରେ ରୁହନ୍ତି। ଉଭୟ ପୁଅ ବିବାହିତ। ତେବେ ଦୁଇ ପୁଅ ମାଆ ର ଦାୟିତ୍ୱ ନେବା ବଦର୍ଳରେ ତାଙ୍କର ଭତ୍ତା ଟଙ୍କା ନେବା ପାଇଁ ପ୍ରତିମାସରେ କଳି କରନ୍ତି। ଗତକାଲି ପିକେଶ୍ୱରୀ ଭତ୍ତା ବାବଦ ୪ ଶହ ଟଙ୍କା ପାଇଥିଲେ ।ଏହି ଟଙ୍କା ନେବା ପାଇଁ ସନ୍ଧ୍ୟାରେ ନବୀନ, ବିପିନ ମିଶି ମାଆ ପିକେଶ୍ୱରୀ ସହିତ ପାଟିତୁଣ୍ଡ କରିଥିଲେ। ମାତ୍ର ମାଆ ସେ ଟଙ୍କା ଏହି ଦୁଇ ପୁଅଙ୍କୁ ଦେବାକୁ ମନା କି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ପୁଅ ମାକୁ ଠେଙ୍ଗା ପିଟି ଓ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି।

By amfnews

Related Post