Fri. Jun 12th, 2026

ବଡ଼ଦିନ ପାଳନ ପାଇଁ ଆମେରିକା ଯାଇଥିବା ବେଳେ ନିଆଁରେ ପୋଡ଼ି ଯାଇ ପ୍ରାଣ ହରାଇଲେ ତେଲେଙ୍ଗାନାର ୩ ଭାଇ ଭଉଣୀ

409 Views

ନୂଆଦିଲ୍ଲୀ: ବଡ଼ଦିନ ପାଳନ ସହ ଖ୍ରୀଷ୍ଟମାସ ଛୁଟି କଟାଇବା ପାଇଁ ତେଲେଙ୍ଗାନାରୁ ତିନିଜଣ ଭାଇ ଭଉଣୀ ଆମେରିକା ଯାଇଥିବା ଯାଇଥିବା ବେଳେ ସେଠାରେ ନିଆଁରେ ପୋଡ଼ିଯାଇ ପ୍ରାଣ ହରାଇଛନ୍ତି। ଆମେରିକାରେ ଗତ ରବିବାର ରାତିରେ ଘଟି ଯାଇଥିବା ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ତେଲେଙ୍ଗାନାର ଭାଇ ଭଉଣୀ ହେଲେ ଅରୋନ ନାଏକ (୧୭), ସାରୋନ୍‌ ନାଏକ (୧୪) ଓ ଜୟ ନାଏକ (୧୫)।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ବଡ଼ଦିନ ପାଳନ ସହ ଖ୍ରୀଷ୍ଟମାସ ଛୁଟି କଟାଇବା ପାଇଁ ତେଲେଙ୍ଗାନାରୁ ତିନିଜଣ ଭାଇ ଭଉଣୀ ଆମେରିକାର ଟେନିସକୁ ଯାଇ ସେଠାରେ କ୍ୟାରି କୋଡ୍‌ରେଟ୍‌ଙ୍କ ପରିବାରରେ ଅତିଥି ରୂପେ ଅବସ୍ଥାନ କରିଥିଲେ। ଏମାନେ ସମସ୍ତେ ମିଶନାରିର ଛାତ୍ରଛାତ୍ରୀ ଥିଲେ। କୋଡ୍‌ରେଟ୍‌ଙ୍କ ଘରେ ଅବସ୍ଥାନ କରିଥିବା ବେଳେ ଗତ ରବିବାର ରାତି ପ୍ରାୟ ୧୧ଟା ସମୟରେ କୋଡ୍‌ରେଟ୍‌ଙ୍କ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ନିଆଁରେ ପୋଡ଼ି ଯାଇ ଏହି ତିନି ଭାଇ ଭଉଣୀଙ୍କ ସମେତ ଗୃହସ୍ୱାମୀଙ୍କ ପତ୍ନୀ କ୍ୟାରି କୋଡ୍‌ରେଟ୍‌ (୪୬) ମଧ୍ୟ ପ୍ରାଣ ହରାଇଥିଲେ। ଏହି ତିନି ଭାଇ ଭଉଣୀ ହେଉଛନ୍ତି ତେଲେଙ୍ଗାନାର ପାଷ୍ଟର ନାଏକଙ୍କ ପୁଅ ଝିଅ।

By amfnews

Related Post