Sun. Aug 30th, 2026

ବ୍ୟାପୁଛି ଜଣ୍ଡିସ, ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା

227 Views

କଟକ : କଟକ ସହରର ୨୫ ନମ୍ବର ଓ୍ୱାର୍ଡରେ ଜଣ୍ଡିସ ଆତଙ୍କ। ସହରର କେଶରପୁର, କଂସେଇ ଗଳି ଓ ଆଖଡ଼ା ସାହିରେ ଜଣ୍ଡିସ ବ୍ୟାପିବାରେ ଲାଗିଛି। ଏହି ଅଞ୍ଚଳରେ ୮ରୁ ୧୦ଜଣ ବ୍ୟକ୍ତି ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ତେବେ  ୬ ଦିନ ପୂର୍ବରୁ ଜଣ୍ଡିସରେ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଦୂଷିତ ପାଣି ଯୋଗୁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ପ୍ରଶାସନ ପକ୍ଷରୁ ଜଳଯୋଗାଣ ପାଇପ ମରାମତି କରାଯିବା ସହ ସେହି ଅଞ୍ଚଳରେ ବ୍ଲିଚିଂ ପାଉଡର ପକାଯାଉଛି। ସିଏମସି ପକ୍ଷରୁ ଲୋକଙ୍କୁ ହାଲୋଜେନ ଟାବଲେଟ ଦିଆଯାଉଥିବା ସିଏମସି କମିଶନର କହିଛନ୍ତି ।

ଜଣ୍ଡିସ ସହରରେ କ୍ରମଶଃ ବ୍ୟାପୁଥିବା ବେଳେ ଏବେ ବି ସହରବାସୀ ଅନ୍ଧବିଶ୍ୱାସକୁ ଜାବୁଡ଼ି ବସିଛନ୍ତି। ସେମାନେ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନ ଯାଇ ଝଡ଼ାଫୁଙ୍କାର ସାହାଯ୍ୟ ନେଉଥିବା ନଜରକୁ ଆସିଛି।

By amfnews

Related Post