Sat. Apr 25th, 2026

ବ୍ୟାଙ୍କକୁ ଠକି ଦେଲେ ବ୍ୟାଙ୍କ ମିତ୍ର

141 Views

ରାଉରକେଲା : ବ୍ୟାଙ୍କରୁ  ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରାଉରକେଲା ସାଇବର ଥାନା ପୁଲିସ୍‌ ୩  ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ପୁଲିସ୍‌ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି । ଏହି ଠକେଇ ୨୦୧୮ ମସିହା ସେପ୍ଟେମ୍ବର ୨୧ ତାରିଖରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବୀରମିତ୍ରପୁରସ୍ଥିତ United Bank Of India ରୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ଗ୍ରାମାଞ୍ଚଳ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ତରଫରୁ ବ୍ୟାଙ୍କ ମିତ୍ର ଯୋଜନା ଆରମ୍ଭ କରାଯାଇଥିଲା । ବ୍ୟାଙ୍କ ତରଫରୁ ବ୍ୟାଙ୍କ ମିତ୍ରଙ୍କ ନାମରେ ଆକାଉଣ୍ଟ ଖୋଲାଯାଉଥିଲା। କିଓସକ ମାଧ୍ୟମରେ ସେମାନେ ମିନି ବ୍ୟାଙ୍କ ସଦୃଶ କାମ କରୁଥିଲେ । ଏଥିସହ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଟଙ୍କା ଜମା ଓ ବାହାର କରିବା କାମ କରୁଥିଲେ ।

କିଛି ଦିନ ପରେ ଏହି ବ୍ୟାଙ୍କ ମିତ୍ରମାନେ କିନ୍ତୁ ବ୍ୟାଙ୍କ ସର୍ଭରକୁ ଦୂରୁପଯୋଗ କରି ଏହି ଠକେଇ ଆରମ୍ଭ କରିଥିଲେ। ପ୍ରଥମେ ବନ୍ଧମୁଣ୍ଡାସ୍ଥିତ  UBIର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହି ଠକେଇରେ ସଫଳ ହୋଇଥିଲେ। ଏହାପରେ ବୀରମିତ୍ରପୁର UBI ଶାଖାର ଦୁଇ ବନ୍ଧୁଙ୍କୁ ସେ ଠକେଇ କାମରେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ରାଉରକେଲା ସାଇବର ଥାନାରେ ଏନେଇ ଅଭିଯୋଗ ହେବାପରେ ପୁଲିସ୍‌ ଶନିବାର ଦିନ ୩ ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି।

By amfnews

Related Post