Fri. Jul 3rd, 2026

ବ୍ୟାଙ୍କ ମିଶ୍ରଣକୁ ବିରୋଧ ; ୨୬, ୨୭ରେ ଦେଶ ବ୍ୟାପୀ ଧର୍ମଘଟ ଚେତାବନୀ

257 Views

ଭୁବନେଶ୍ୱର  :  ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କର ୪ଟି ଅଫିସର୍ସ ୟୁନିୟନ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ ଧର୍ମଘଟ ନେଇ ଚେତାବନୀ ଦିଆଯାଇଛି। ସାରା ଦେଶରେ ଏହି ଧର୍ମଘଟ ଡାକରା ଦିଆଯାଇଛି।

ଅଲ୍‌ ଇଣ୍ଡିଆ ବ୍ୟାଙ୍କ୍‌ ଅଫିସର୍ସ କନ୍‌ଫେଡରେସନ୍‌(ଏଆଇବିଓସି), ଅଲ୍‌ ଇଣ୍ଡିଆ ଅଫିସର୍ସ ଆସୋସିଏସନ୍‌(ଏଆଇବିଓଏ), ଇଣ୍ଡିଆନ୍‌ ନ୍ୟାସନାଲ୍‌ ବ୍ୟାଙ୍କ୍‌ ଅଫିସର୍ସ କଂଗ୍ରେସ(ଆଇଏନ୍‌ବିଓସି), ନ୍ୟାସନାଲ୍‌ ଅର୍‌ଗାନାଇଜେସନ୍ ଅଫ୍‌ ବ୍ୟାଙ୍କ୍‌ ଅଫିସର୍ସ(ଏନ୍‌ଓବିଓ) ପକ୍ଷରୁ ଏହି ବନ୍ଦ ଡାକରା ପାଇଁ ଚେତାବନୀ ଦିଆଯାଇଛି।

ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସ, ତୁରନ୍ତ ବେତନରେ ସଂଶୋଧନ ଓ ଅନ୍ୟାନ୍ୟ ଦାବିର ଯଦି ସମାଧାନ କରା ନ ଯାଏ ତେବେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବାକୁ ଅଫିସର୍ସ ୟୁନିୟନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାସହ ୯ଦଫା ଦାବି ନେଇ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବଡ଼ ବ୍ୟାଙ୍କ ଗଠନ ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିୟନ ପକ୍ଷରୁ ଏଭଳି ବନ୍ଦ ଡାକରା ଦିଆଯାଇଛି।

By amfnews

Related Post