Tue. Aug 4th, 2026

ବ୍ଲକ୍ କଂଗ୍ରେସ-୫ର କର୍ମୀ ସମ୍ମିଳନୀ

313 Views

ରାଉରକେଲା, ୨୨/୬: ବ୍ଲକ୍ କଂଗ୍ରେସ-୫ର କର୍ମୀ ସମ୍ମିଳନୀ କୋଏଲନଗର ସି ବ୍ଲକ୍ ଠାରେ ଥିବା ଫିଟ୍ନେସ୍ ପାର୍କରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ବରିଷ୍ଠ ନେତା ଅଜିତ ସାମଲ ଅଧ୍ୟକ୍ଷତା କରିଥିଲେ । ଜିଲା କଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ ମୁଖୟ ଅତିଥି ଓ ଅତିଥି ଭାବେ ଯୋଗ ଦେଇଥିଲେ ।

ବ୍ଲକ୍ କଂଗ୍ରେସ କମିଟିର ବିଭିନ୍ନ ଅଞ୍ଚଳ ଯଥା ଝିରିପାଣି, ଜଗଦା, ଶକ୍ତିନଗର, କଣ୍ଟାଝର ଏବଂ କୋଏଲନଗରରୁ କଂଗ୍ରେସ କର୍ମୀ ଏବଂ ମହିଳା କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ । ୱାର୍ଡ ଏବଂ ବୁଥ୍ କମିଟିଗୁଡିକୁ କ୍ରିୟାଶୀଳ କରିବା ପାଇଁ ସର୍ବସମ୍ମତିକ୍ରମେ ମତପ୍ରକାଶ ପାଇଥିଲା । ଏସବୁ କମିଟିଗୁଡିକୁ ଏକ ମାସ ଭିତରେ ପୁନର୍ଗଠନ ଏବଂ କ୍ରିୟାଶୀଳ ପାଇଁ ସହମତି ପ୍ରକାଶ ପାଇଥିଲା ।

ଆଲୋଚନାରେ ବରିଷ୍ଠ ନେତା ଜେ.ଏନ୍. କୁମାର, ହରିଶ ଚନ୍ଦ୍ର ପାଣି, ବିଜୟ କୁମାର ବେହେରା, ବସନ୍ତ କୁମାର ମହାନ୍ତି, କାହ୍ନୁଚରଣ ନାଏକ, ଗଜେନ୍ଦ୍ର ବେହେରା, ପିସିସି ସଦସ୍ୟା ଜ୍ୟୋତି ଡୁଙ୍ଗଡୁଙ୍ଗ, ବିଜୟଲକ୍ଷ୍ମୀ ପ୍ରଧାନ, ନିରୂପମା ମିଶ୍ର, ରଜନୀକାନ୍ତ ପାତ୍ର, ବିକଳାନନ୍ଦ ମହାନ୍ତି, ଜିଲା ପରିଷଦର ପୂର୍ବତନ ସଦସ୍ୟ ସୁଶୀଲ କିଣ୍ଡୋ, ରାଜେଶ ଟପ୍ପୋ, ବିରାଜ ଟପୋ, ଅଜୟ ଖାଲକୋ, କ୍ରିଷ୍ଣା ମୁମ୍ଡା, କିଶୋର ମୁଣ୍ଡାରୀ, ଭାସ୍କର ଖିଲାର, ରୋସନ ତିର୍କୀ, ହରିଶ ଦତ୍ତ, କିଶୋର ମୁଣ୍ଡାରୀ, ପି.ବି. ପଟ୍ଟନାୟକ, ଏମ୍. କେର୍କେଟା, ଜଗନ୍ନାଥ ହେମ୍ବ୍ରମ, ଆଶା ସାହୁ, ସୁନୀତା ଖାଲକୋ ଏବଂ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ।

Related Post