Thu. Jul 23rd, 2026

ବ୍ରହ୍ମପୁର: ରାସ୍ତାକଡ଼ରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ

329 Views

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁ ରାସ୍ତାକଡ଼ରୁ ସେହି ଗ୍ରାମର ବିଜୟ ଡାକୁଆ ନାମକ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ବିଜୟଙ୍କୁ ହତୃା କରି ରାସ୍ତ୍‍ାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ବିଜୟ ଏକ ମଦ ଦୋକାନ୍‌ରେ ସେଲ୍ସମ୍ୟାନଭାବେ କାର୍ଯ୍ୟ କରୁଥିବାରୁ ମଦ ବ୍ୟବସାୟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।।

ମିଳିଥିବା ସୂଚନା ଅନୁଯାୟୀ,ଜଗଦଳପୁର ଅଞ୍ଚଳର ରାଜେନ୍ଦ୍ର କୁମାର ପାତ୍ରଙ୍କ ଏକ ଦେଶୀ ମଦ ଭାଟିରେ ସେଲ୍‌ସମ୍ୟାନ ଭାବେ କାମ କରୁଥିବା ଗତକାଲି ରାତିରେ ଘରକୁ ଫେରି ନ ଥିଲେ। ବିଜୟଙ୍କ ମୃତଦେହ ଆଜି ସକାଳେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ସୂଚନା ପାଇ ବ୍ରହ୍ମପୁର ସଦର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post