Wed. Sep 30th, 2026

ବୌଦ୍ଧରୁ ୧୨ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

191 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ୍ ବାସୁଦେବପାଲି ଗାଁରୁ ୧୨ ଫୁଟ୍‌ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗାଁର ଜଣଙ୍କ ଘରକୁ ସାପଟି ପଶୁଥିବା ବେଳେ କିଛି ଲୋକେ ଦେଖିଥିଲେ। ଏନେଇ ସେମାନେ ସ୍ନେକ୍ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ବନ କର୍ମଚାରୀଙ୍କ ଉପସ୍ଥିତିରେ ଗୁନ୍ଦୁଳିଆ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଥିଲା।

By amfnews

Related Post