Fri. May 22nd, 2026

ବୌଦ୍ଧ: ଅଜଣା ଗାଡ଼ି ଧକ୍‌କାରେ ଯୁବକ ମୃତ, ଜାତୀୟ ରାଜପଥ ଅବରୋଧ

229 Views

ବୌଦ୍ଧ, ଡିସେମ୍ବର ୨୬  :ଆଜି ସକାଳେ ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ମର୍ଜାତିପୁର ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛନ୍ତି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ଉପେନ୍ଦ୍ର ଭଞ୍ଜ ନାମକ ଜଣେ ଯୁବକ ବାଇକ ଯୋଗେ ଗିରାଶିଙ୍ଗାସ୍ଥିତ ବନପ୍ରକଳ୍ପରୁ ୭୫ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଗାଁ ମର୍ଜାତିପୁରକୁ ଆସୁଥିବା ବେଳେ ତାଙ୍କୁ ଏକ ଅଜଣାଗାଡ଼ି ପଛପଟୁ ଧକ୍କା ଦେଇ ପଳାଯାଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ଭଞ୍ଜଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ମୃତ ଶ୍ରୀ ଭଞ୍ଜଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

By amfnews

Related Post