Fri. Sep 4th, 2026

ବୋହୂ ଆଣିଥିଲେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଜେଲ୍‌ ଗଲେ ଶ୍ୱଶୁର

366 Views

ପିପିଲି  : ବୋହୂକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଅଟକ ଥିବା ଶ୍ୱଶୁର ଶେଷରେ ଜେଲ୍‌ ଗଲେ। ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା କିଛି ଦିନ ହେବ ଚର୍ଚ୍ଚାରେ ରହି ଆସିଥିଲା। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିଲା। ତାଙ୍କୁ ପୁଲିସ୍ ପିପିଲି ଜେଏମ୍‌ଏଫସି କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବା ପରେ କୋର୍ଟ ତାଙ୍କୁ ୧୪ ଦିନ ଲାଗି ଜେଲ୍‌କୁ ପଠାଇ ଦେଇଛନ୍ତି।

ଅଭିଯୁକ୍ତ ଶ୍ୱଶୁରଙ୍କ ନାଁ ପଞ୍ଚୁ ମଲ୍ଲିକ।  ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣି ପଞ୍ଚୁ ମଲ୍ଲିକଙ୍କ ନାଁରେ ପିପିଲି ଥାନାରେ ଏତଲା ଦେଇଥିଲେ ତାଙ୍କ ବୋହୂ। ତା’ସହିତ ନିଜେ ମୋବାଇଲ୍ କ୍ୟାମେରାରେ ଶୁଟ୍ କରିଥିବା ଏକ ଆପତ୍ତିଜନକ ଭିଡିଓକୁ ମଧ୍ୟ ପୁଲିସ୍‌କୁ ଦେଇଥିଲେ। ଏହାବ୍ୟତୀତ ଶାଶୂ,ସ୍ୱାମୀ, ଦିଅର ଓ ନଣନ୍ଦଙ୍କ ବିରୋଧରେ ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ଆଣି ଏତଲା ଦେଇଥିଲେ। ଏନେଇ ପିପିଲି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ପଞ୍ଚୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସୁଚିନ୍ତିତ ଭାବେ ତାଙ୍କୁ ଫସାଇ ଦିଆଯାଇଥିବା  କହିଛନ୍ତି।

By amfnews

Related Post