Fri. Jun 12th, 2026

ବୋଲେରୋ-ହାଇଓ୍ଵା ମୁହାଁମୁହିଁ ଧକ୍କା, ୩ ମୃତ, ୫ ଗୁରୁତର

263 Views

କେନ୍ଦ୍ରାପଡ଼ା, ଜାନୁଆରୀ ୨୧ : କେନ୍ଦ୍ରାପଡ଼ା ଜିଲ୍ଲା କଟକ- ଚାନ୍ଦବାଲିି ରାଜ୍ୟ ରାଜପଥର ଚାନ୍ଦୋଳ ଥାନା ଅନ୍ତର୍ଗତ କାକତିଆ ନିକଟରେ ଆଜି ସକାଳେ ଏକ ବୋଲେରୋ ସହିତ ହାଇଓ୍ଵା ଗାଡ଼ିର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଅହାତ ହୋଇଛନ୍ତି। ଆହତମାନଙ୍କୁ କେନ୍ଦ୍ରାପଡ଼ା ଜଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରାଯାଇଛିି। ଘନ କୁହୁଡ଼ି ଯୋଗୁଁ ଗାଡ଼ି ଦୁଇଟି ପରସ୍ପରକୁ ଦେଖି ନ ପାରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅଞ୍ଚଳର କେତେକ ଲୋକ ଓଡ଼ି୨୯ ଡି ୫୩୮୮ ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିରେ କଟକରୁ ରାଜନଗରକୁ ଫେରୁଥିଲେ। ଭୋର ପ୍ରାୟ ୬ଟା ବେଳେ ଚାନ୍ଦୋଳ ଥାନା ଅନ୍ତଗ’ତ କାକତିଆ ନିକଟରେ ସାମନା ପଟୁ ଆସୁଥିବା ଏକ ହାଇଓ୍ଵାକୁ ବୋଲେରୋ ଡ୍ରାଇଭର ଦେଖି ପାରି ନ ଥିଲେ। ଫଳରେ ବେଲେରୋଟି ସହିତ ହାଇଓ୍ଵାର ମୁହାଁମୁହିଁ ଧକ୍କା ହୋଇଥିଲା। ଖବରପାଇ ପୁଲିସ, ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

By amfnews

Related Post