Sun. Sep 6th, 2026

ବେଲ ଗଛରୁ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର , ହତ୍ୟା ଅଭିଯୋଗ

265 Views

ବଲାଙ୍ଗିର : ବଲାଙ୍ଗିରର ଇଚ୍ଛାପଡ଼ା ନିକଟସ୍ଥ ସମଲେଇ ନଗର ରେ ଥିବା ଏକ ବେଲ ଗଛରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଆଜି ସକାଳ ୭ଟା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବାପରେ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥଲା। ତଦନ୍ତପରେ ମୃତ ମହିଳା ଜଣକର ପରିଚୟ ମିଳିଥିଲା । ତାଙ୍କ ନାଆଁ ସୁଷମା ସେଠ ଏବଂ ତାଙ୍କର ବୟସ ୨୮ରୁ ୩୦ ବର୍ଷ ବୋଲି କୁହାଯାଉଛି। ମୃତ ମହିଳାଙ୍କ ଘର ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ଗାଁରେ ବୋଲି ଜଣାଯାଇଛି।

ମୃତ ମହିଳାଙ୍କ ଶାଶୁଘର ଲୋକଙ୍କ କହିବା ଅନୁଯାୟୀ ସେ ଗତକାଲି ଅପରାହ୍ନ ୪ଟାରୁ ଘରୁ ବାହାରି ଥିଲେ। ସୁଷମାଙ୍କର ଜଣେ ପରପୁରୁଷ ସହ ଅନୈତିକ ସଂପର୍କ ଥିଲା । ମୃତ ମହିଳା ସୁଷମା ଗତକାଲି ସେହି ପୁରୁଷ ବନ୍ଧୁଙ୍କ ସହ ଆସିଥିଲେ । ତେବେ ପରିବାର ପକ୍ଷରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ପୁଲିସ ଏହାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

By amfnews

Related Post